ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ସର୍ଭେ ପାଇଁ ତାଲିମ ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ନୂତନ ସର୍ଭେ ପାଇଁ ସୋମବାର ପଂଚାୟତ କାର୍ଯ୍ୟାଳୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାକୁ ଥିବା ପରିବାରମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଉର୍ଦ୍ଦିଷ୍ଟ ଥିବା ମାନଦଣ୍ଡ ଉପରେ ବିଶେଷ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ଯେଉଁ ପରିବାରମାନେ ଉକ୍ତ ମାନଦଣ୍ଡରେ ଅନ୍ତଭୁକ୍ତ ଅଟନ୍ତି ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ବିଡିଓ ତଥା ଗ୍ରାମୀଣ ଆବାସ ନୋଡାଲ ଅଧିକାରୀ ଦେବେନ୍ଦ୍ର ପ୍ରଧାନ, ପିଇଓ ପ୍ରସନ୍ନ ପରିଡା, ସରପଂଚ ଚନ୍ଦ୍ରମଣୀ ବେହେରା, ନାଏବ ସରପଂଚ ରଶ୍ମିତା ପାତ୍ର, ଯୋଗାଣ ନିରିକ୍ଷକ ପ୍ରଦୀପ୍ତ ପ୍ରସନ୍ନ ନାୟକ ଆଦି ଉପସ୍ଥିତ ରହିଥିଲେ । ସେହିପରି ଅଲଣା ପଂଚାୟତ ସମେତ ରୋହିଆ, ଗଳଦାରୀ, ଜାମୁଗାଁ, ନୂଆଗାଁ, ଗଜରାଜପୁର, ଘୋଡାଂଶ, ନାଉଗାଁ ପଂଚାୟତକୁ ନେଇ ସର୍ବ ମୋଟ ଆଠଟି ପଂଚାୟତରେ ଉକ୍ତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୩ ତାରିଖରେ ଅନ୍ୟ ୮ଟି ପଂଚାୟତରେ ତାଲିମ ଶିବିର ଅନୁଷ୍ଠିତ ହେବ ବୋଲି ନୋଡାଲ ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରାମୀଣ ଆବାସ ବ୍ଲକ ସଂଯୋଜକ ମାନସ ଜେନା, ଗ୍ରାମୀଣ ଆବାସ ସହାୟକ ଅଜିତ କୁମାର ସାହୁ ପରିଚାଳନା କରୁଛନ୍ତି ।