ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଶ୍ଟନ
ହାଟଡ଼ିହି, : ହାଟଡିହି ବ୍ଲକର ୨୨ଟି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କୁ ଗୃହନିର୍ମାଣ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି । ଏଥିଲାଗି ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୧୫୮୭ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ବ୍ଲକର ୯ଟି ପଞ୍ଚାୟତରେ ଖଣି କ୍ଷତିଗ୍ରସ୍ଥ ବିଜୁପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଜମ୍ଭୀରା, ପନ୍ଦାଡୋ, ହାଟଡିହି, ଶାସଙ୍ଗ, ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଆମ୍ବୋ, ବଡରମ୍ପାସ, ସମଣା, ଷଡଙ୍ଗ, ହାବଳେଶ୍ୱର, ଗେଡମା, ଆଇତିପୁର, ଡଅଁର, ଶାଳଣିଆଁ, ଅଁରା, କଳିଗାଁ, ଓରାଳି, ଇଞ୍ଚୋଳ, ମରୈଗାଁ ଆଦି ପଞ୍ଚାୟତର ୧୫୮୭ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ହିତାôଦକାରୀ ମାନେ କିପରି ସୁଚାରୁରୁପେ ଘରକାମ ତୁରନ୍ତ ସମ୍ପୁର୍ଣ୍ଣ କରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇପାରିବେ ତାହା ଉପରେ ବିଧାୟକ ଶ୍ରୀ ସେଠୀ ଗୁରୁତ୍ୱାରୋପ କରିଥିଲେ । ଚଳିତବର୍ଷ ଏହି ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇ ଯୋଗ୍ୟ ହିତାଧିକାରୀ ଚୟନ କରାଯାଇଛି ବୋଲି ବିଡିଓ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ ।