ପ୍ରଧାନମନ୍ତ୍ରୀ ଆସନ୍ତା ୮ ତାରିଖ ଦିନ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କରିବା ସହ ହାଜିରା ଏବଂ ଘୋଗା ମଧ୍ୟରେ ନୌସେବାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ରୋ-ପାକ୍ସ ନୌସେବା ଯୋଗୁଁ ଯାତ୍ରା ସମୟ ଓ ରକ୍ଷଣାବେକ୍ଷଣ ବାବଦ ବ୍ୟୟ ହ୍ରାସ ପାଇବା ସହ ପରିବେଶର ହେବ ସୁରକ୍ଷା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆଞ୍ଚଳିକ ପର୍ଯ୍ୟଟନ ବିକାଶରେ ହେବ ସହାୟକ ଜଳପଥର ସୁବିନିଯୋଗ କରି ଦେଶର ଆର୍ଥିକ ବିକାଶରେ ଏହାକୁ ସାମିଲ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ କରିବ ସାକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଉଦଘାଟନ କରିବା ସହ ଗୁଜରାଟର ହାଜିରା ଓ ଘୋଗା ମଧ୍ୟରେ ରୋ-ପାକ୍ସ ଜଳସେବାର ଶୁଭାରମ୍ଭ କରିବେ । ଆସନ୍ତା ୮ ତାରିଖ ଦିନ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହା ସମ୍ପନ୍ନ ହେବ । ଜଳପଥକୁ ଆର୍ଥିକ ବିକାଶ ସହ ସାମିଲ କରି ଉନ୍ନତି ଘଟାଇବାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଲକ୍ଷ୍ୟକୁ ଏହା ପୂରଣ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳସେବା ଉପଯୋଗ କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବାର କାର‌୍ୟ୍ୟକ୍ରମ ରହିଛି । ରୋ-ପାକ୍ସ ଜଲତରୀ ବା ଭଏଜ ସିମ୍ଫୋନୀ ଏକ ତିନି ଡେକ୍ସ ବିଶିଷ୍ଟ ତରୀ ଯାହାକି ୨୫୦୦ ରୁ ୨୭୦୦ ଟନ ଓ ଏହା ୧୨୦୦୦ ରୁ ୧୫୦୦୦ ଜିଟି ଅପସାରଣ କରିପାରିବ । ଏହାର ମୁଖ୍ୟ ଡେକରେ ୩୦ ଟ୍ରକ ବା ୫୦ ଟନ ପର୍ଯ୍ୟନ୍ତ ମାଲ ପରିବହନର କ୍ଷମତା ରହିଥିବା ବେଳେ ଉପର ଡେକରେ ୧୦୦ ଯାତ୍ରୀ ଓ ପାସେଞ୍ଜର ଡେକରେ ୫୦୦ ଯାତ୍ରୀ, ୩୪ଜଣ କର୍ମଚାରୀ ଓ ଅନ୍ୟାନ୍ୟ ସେବାକାରୀ ରହିପାରିବେ । ହାଜିରା ଘୋଗା ରୋ-ପାକ୍ସ ନୌସେବା ଯୋଗୁଁ ଅନେକ ସୁବିଧା ଉପଲବ୍ଧ ହେବ । ଏହା ପଶ୍ଚିମ ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ପ୍ରବେଶ ଦ୍ଵାର ଭାବେ କାର୍ଯ୍ୟ କରିବ । ଏହି ନୌସେବା ଯୋଗୁଁ ଘୋଗା ଏବଂ ହାଜିରା ମଧ୍ୟରେ ଦୂରତ୍ଵ ୩୭୦ ରୁ ୯୦ କିଲୋମିଟରକୁ ହ୍ରାସ ପାଇବ । ଏହି ପଣ୍ୟଦ୍ରବ୍ୟ ଓ ଯାତ୍ରୀ ପରିବହନ ଯୋଗୁଁ ସମୟ ୧୦ ରୁ ୧୨ ଘଣ୍ଟା ଲାଗୁଥିବା ବେଳେ ଏବେ ଏହା ମାତ୍ର ୪ ଘଣ୍ଟାରେ ସମାପ୍ତ ହୋଇପାରିବ । ଏହି ସେବା ଯୋଗୁଁ ଦିନକୁ ପ୍ରାୟ ୯୦୦୦ ଲିଟର ପର୍ଯ୍ୟନ୍ତ ଇନ୍ଧନ ବଞ୍ଚିବା ସହ ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ । ହାଜିରା ଘୋଗା ପଥରେ ଏହି ନୌସେବା ଦିନକୁ ୩ଥର ସମ୍ପନ୍ନ ହୋଇପାରିବ । ଏଥିଯୋଗୁଁ ବାର୍ଷିକ ୫ ଲକ୍ଷ ଯାତ୍ରୀ, ୮୦ ହଜାର ଯାତ୍ରୀବାହି ଯାନ, ୫୦ ହଜାର ଦୁଇ ଚକିଆ ଯାନ ଓ ୩୦ ହଜାର ଟ୍ରକ ପରିବହନ କରାଯାଇପାରିବ । ଏହା ଟ୍ରକ ଚାଳକମାନଙ୍କ କ୍ଲେଶ ହ୍ରାସ କରିବା ସହ ସେମାନଙ୍କୁ ଅଧିକ ଯାତ୍ରା ସୁବିଧା ଦେଇ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହାଫଳରେ ଦିନକୁ ହାରାହାରି ୨୪ ମେଟ୍ରିକ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ବାୟୁ ମଣ୍ଡଳକୁ ନଛାଡି ବାର୍ଷିକ ୮,୬୫୩ ମେଟ୍ରିକ ଟନ ବାଷ୍ପକୁ ବାୟୁ ମଣ୍ଡଳରେ ମିଶିବାରୁ ରକ୍ଷା କରିବ । ସୌରାଷ୍ଟ୍ର ଅଞ୍ଚଳ ସହ ଯୋଗାଯୋଗ ସହଜ ହେବା ଦ୍ଵାରା ଏହା ପର୍ଯ୍ୟଟନର ଅଭିବୃଦ୍ଧି ସାଙ୍ଗକୁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ନୌସେବା ଆରମ୍ଭ ହେବା ଯୋଗୁଁ ବନ୍ଦର, ସୌରାଷ୍ଟ୍ର ଏବଂ କଚ୍ଛର ଆସବାବ ପତ୍ର ଓ ସାର କାରଖାନାକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ । ପରିବେଶ ପର୍ଯ୍ୟଟନ ଓ ଗୁଜରାଟର ବିଶେଷକରି ପୋର ବନ୍ଦର, ସୋମନାଥ, ଦ୍ୱାରକା ଓ ପଲଟନା ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ବିକଶିତ ହେବ । ଏହି ନୌସେବା ଫଳରେ ଗୁଜରାଟ ଗିରର ପ୍ରସିଦ୍ଧ ଏସୀୟ ସିଂହ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ