ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୩୯୪ କୋଟି
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପରିଷଦର ସଦସ୍ୟଙ୍କ ଦେଶ ଓ ବିଦେଶ ଗସ୍ତ ବାବଦରେ ଗତ ପାଞ୍ଚ ବର୍ଷରେ ୩୯୪କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି । ସୂଚନା ଅଧିକାର (ଆରବଳରେ ଏହି ତଥ୍ୟ ମିଳିଛି । ସୂଚନା ଅଧିକାର କର୍ମୀ ଅନୀଲ ଗଲଗଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ତଥ୍ୟ ପାଇଛନ୍ତି । ୨ଠ୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଦେଶ ଓ ବିଦେଶ ଗସ୍ତ ଖର୍ଚ୍ଚ ବାବଦରେ ସେ ତଥ୍ୟ ମାଗିଥିଲେ ।
ମୋଦି ସରକାର ୨ଠ୧୮ ଡ଼ିସେମ୍ବରରେ ବିଦେଶ ଗସ୍ତ ସଂପର୍କୀତ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ କହିଥିଲେ ଯେ, ଚାଟାର୍ଡ ବିମାନ, ବିମାନର ରକ୍ଷଣାବେକ୍ଷଣ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଏବଂ ହଟ୍ ଲାଇନ୍ ସୁବିଧା ପାଇଁ ଜୁନ୍ ୨ଠ୧୪ ଠାରୁ ୨ଠ୨୧କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିଦେଶ ଗସ୍ତ ବାବଦରେ ୨୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ଗସ୍ତ ବାବଦରେ ୪୮ କୋଟି ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ ରାଷ୍ଟ୍ରମନ୍ତ୍ରୀମାନଙ୍କର ବିଦେଶ ଗସ୍ତ ବାବଦରେ ୨୯ କୋଟି ଏବଂ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ଗସ୍ତ ବାବଦରେ ୫୩କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
କ୍ୟାବିନେଟ୍ ବ୍ୟାପାର ସଂକ୍ରାନ୍ତ ଅଡିଟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସତୀଶ ଗୋୟଲଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ୨ଠ୧୪-୧୫ରୁ ୨ଠ୧୮-୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଦେଶ ଓ ବିଦେଶ ଗସ୍ତ ବାବଦରେ ମୋଟ ୩୯୩.୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଇ-ଲେଖା ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦେଶ ଓ ବିଦେଶ ଗସ୍ତ ବାବଦରେ ୩୧୧କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ରାଷ୍ଟ୍ରମନ୍ତ୍ରୀମାନଙ୍କର ଦେଶ ଓ ବିଦେଶ ଗସ୍ତ ବାବଦରେ ୮୨କୋଟି ଟଙ୍କା ଖର୍ଚ୍ଚ ହୋଇଛି ।