ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା -୩ କାର୍ଯ୍ୟକାରିତା ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଭିଡିଓକନଫରେସିଙ୍ଗ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା-୩ କାର୍ଯ୍ୟକାରିତା ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ଭିଡିଓକନଫରେସିଙ୍ଗ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓକନଫରେସିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ଦେହୁରୀ,ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ରାଉତ,ଇଂ ଅମୁଲ୍ୟ କୁମାର ମହାପାତ୍ର,ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୩କୁ ଅନୁମୋଦନ କରିବା ନିମନ୍ତେ ସମସ୍ତ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା,ପଂଚାୟତ ସମିତି ଅଧ୍ୟକ୍ଷ,ଅଧ୍ୟକ୍ଷା ଓ ବିଡିଓ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କର କେଉଁ ରାସ୍ତା ଗୁଡିକର ଆବଶ୍ୟକ ଅଛି ସେ ସମ୍ପର୍କରେ ବୈଠକରେ ମତାମତ ଲୋଡାଯାଇଥିଲା । ବୈଠକରେ ଜିଲ୍ଲାପାଳ କରୋନା ପାଇଁ ଭିଡିଓ କନଫରେସିଙ୍ଗ ମାଧ୍ୟମରେ ବୈଠକ ହେବାକଥା ଉଲ୍ଲେଖକରି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କର ମତାମତ ଗ୍ରହଣ କରି ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରକଳ୍ପ ଅନୁମୋଦନ ହେବ ବୋଲି କହିଥିଲେ । ଏସମ୍ବଦ୍ଧରେ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ନିଜନିଜର ପ୍ରସ୍ତାବ ଗୁଡିକୁ ସଂପୃକ୍ତ ବିଡିଓଙ୍କ ମାଧ୍ୟମରେ ପରୀକ୍ଷଣ କରି ୭ଦିନ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୩ର ସମସ୍ତ ଗାଇଡ ଲାଇନ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏହି ରାସ୍ତା ଗୁଡିକୁ ଶିକ୍ଷାନୁଷ୍ଠାନ,ଡାକ୍ତରଖାନା,ମହାବିଦ୍ୟାଳୟ ଏବଂ ବଜାରମାନଙ୍କୁ ସଂଯୋଗ କରାଯିବ । ଏହା ଜିଓ ଟ୍ୟାଗିଙ୍ଗ ମାଧ୍ୟମରେ ଜିଓ ପି.ଏମ.ଜି.ଏସ.ୱାଇ.ଆପ ଜିଓ ଟ୍ୟାଗ ଆପରେ ଫଟୋ ନିଆଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା- ୩ରେ ୫କିଲୋମିଟର ଜନବସତି ମଧ୍ୟରେ ରାସ୍ତା ଗୁଡିକର ଉନ୍ନତି ଓ ସଂଯୋଗୀକରଣ କରାଯିବ । ରାସ୍ତା ଗୁଡିକର ଜନସ୍ୱାର୍ଥ ମୂଲ୍ୟ ୧୦୦ନମ୍ବରରେ ହିସାବ କରାଯାଇ ପ୍ରସ୍ତାବ ଗୁଡିକୁ ଅନୁମୋଦନ କରାଯିବ । ସେହିପରି ବୈଠକରେ ଏସ.ଏଚ.ଜି.ସୁଧ ଅର୍ଥରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କ ନୂତନ ଗୃହ ନିର୍ମାଣ ତଥା କ୍ୟାମ୍ପସରେ ପାଣି ନଯିବା ପାଇଁ ଉନ୍ନତିକରଣ କାର୍ଯ୍ୟ ସହ ଫନି,ଅମ୍ଫାନ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଓ ସାହାଯ୍ୟ ପାଇପାରିନଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା,ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କେନ୍ଦ୍ରାପଡା ପରିସୀମା ମଧ୍ୟରେ ଦୂର୍ଘଟଣା ରୋକାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଖାଦ୍ୟ ସୁରକ୍ଷା ଯୋଜନା,ଉଦ୍ୟାନକୃଷି ଯୋଜନା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ଯୋଜନା ଗୁଡିକୁ ତ୍ୱାରାନ୍ୱିତ କରିବା ଦିଗରେ ଏହି ସ୍ୱତନ୍ତ୍ର ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ବିଧାୟକଙ୍କ ପ୍ରତିନିଧି,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ