ପ୍ରଧାନମନ୍ତ୍ରୀ ଙ୍କ ସମ୍ବୋଧନ

ଭାରତବାସୀ ଙ୍କୁ ଚନ୍ଦ୍ରଯାନ ୨ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁର ମୁଖ୍ୟକାର୍ଯ୍ୟଳୟରେ କହିଛନ୍ତ ଯେ, ଏହାର ସମସ୍ତ ଶ୍ରେୟ  ଇସ୍ରୋ ର ବୈଜ୍ଞାନିକ ମାନଙ୍କୁ ଦେଇଛନ୍ତି । ଶୁକ୍ରବାର ଗତକାଲି ରାତି ୧ଟା ୪୩ ମିନିଟରେ ଭାରତର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଚନ୍ଦ୍ରର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାପରେ, ସେଠାରେ ବିକ୍ରମଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହିତ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ ବୋଲି ଆଶା କରାଯାଉଥିଲା । ତେବେ ଶେଷ ମୂହୁର୍ତ୍ତ ରେ ଏହା ଲ୍ୟାଣ୍ଡର ସହ ଯୋଗାଯୋଗ ହୋଇପାରିନଥିଲା । ଠିକ୍ ସମୟରେ ଏହା ଯୋଗାଯୋଗା ହୋଇନପାରିବାରୁ ବୈଜ୍ଞାନିକ ମାନେ ଭାଙ୍ଗିପଡିଥିଲେ । ବୈଜ୍ଞାନିକ ମାନଙ୍କ ମନୋବଳ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରୟାସ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ , ‘ଲ୍ୟାଣ୍ଡର ଅବତରଣ ସଫଳ ନ ହେଲେ ବି ଅର୍ବିଟର ସଫଳ ହୋଇଛି । ଆପଣମାନେ ଦେଶବାସୀଙ୍କୁ ଗର୍ବିତ କରିବାକୁ ଜୀବନ ଉତ୍ସର୍ଗ କରିଛନ୍ତି । ମୁଁ ଆପଣମାନଙ୍କ ମନର ଦୁଃଖକୁ ଅନୁଭବ କରିପାରୁଛି । ଆମେ ଆମର ବୈଜ୍ଞାନିକଙ୍କ କାର‌୍ୟ୍ୟ ପାଇଁ ଗର୍ବିତ । ଭାରତବାସୀ ଆପଣଙ୍କ ସହ ରହିଛନ୍ତି , ସଫଳତା ନିଶ୍ଚିତ ମିଳିବ । ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛେ , ନୀରସ ହୋଇନୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ