ପ୍ରଧାନମନ୍ତ୍ରୀ ଜନଔଷଧି ପରିଯୋଜନା ତରଫରୁ ଜାତୀୟ ଡାକ୍ତର ଦିବସ ପାଳିତ
ବ୍ରହ୍ମପୁର,(ଅନିଲ କୁମାର):ବାବାଜୀ ତୋଟା ସାହି ସ୍ଥିତ ଜେବି ପ୍ରାଙ୍ଗଣ ସଭା ଗୃହରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଓଷଧି ପରି ଯୋଜନା ତରଫରୁ ଡାକ୍ତର ଦିବସ ପାଳିତ ହୋଇଯାଇଛି l ଏଥିରେ ଡାକ୍ତର ଫୋରମର ବହୁ ଡାକ୍ତର ଓ ଜନଔଷଧି କେନ୍ଦ୍ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ l ସାରା ଓଡ଼ିଶାରେ ୫୫୦ ଜନଔଷଧି କେନ୍ଦ୍ର ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୫୪ରୁ ଉର୍ଦ୍ଧ ଜନଔଷଧି କେନ୍ଦ୍ର ପରିଚାଳିତ ହେଇଛି l ଜନଔଷଧି କେନ୍ଦ୍ରରେ ଉନତମlନ ଗୁଣବର୍ତlର ଔଷଧ ୫୦ ରୁ ୯୦ ପ୍ରତିଶତ କମ ମୂଲ୍ୟରେ ଉପଲବ୍ଧ ହେଇଛି l ଜନଔଷଧି ନୋଡାଲ ଅଧିକାରୀ ବିଶ୍ବରଂଜନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଫେସର ଡ଼ା. ସୁବାସ ଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭlବେ ଗଂଜାମ ଔଷଧ ବ୍ୟବସାୟୀ ସଂଘ ସଂପାଦକ ତଥା ଓଡ଼ିଶା ରାଜ୍ୟ ସଂଘ ସଭlପତି ପି. ସତ୍ୟ ନାରାୟଣ, ସମ୍ମାନୀତ ଅତିଥି ଭାବେ ଡ୍ରଗ ଇନ୍ସପେକ୍ଟର ଦେବାଶିଷ କlଲ, ଡାକ୍ତର ଫୋରମ୍ ସଭାପତି ଡାକ୍ତର ଶଙ୍କର୍ଷଣ ପାତ୍ର, ସଂପାଦକ ଡାକ୍ତର ଅତୁଲ୍ୟ ପଟ୍ଟନାୟକ, କୋଷାଧ୍ୟକ୍ଷ ଡାକ୍ତର ସମରେନ୍ଦ୍ର ସାହୁ, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ତଥା ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ l ଏହି ଅବସରରେ ଉପସ୍ଥିତ ସମସ୍ତ ଡାକ୍ତରଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଡାକ୍ତର କିରଣ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ହୃଦୟ ରଞ୍ଜନ ମେକାପ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏଥିରେ ଜନଔଷଧି ବିତରକ ପ୍ରଶାନ୍ତ କୁମାର ମହାପାତ୍ର, ନାଗେଶ୍ଵର ପୃଷ୍ଟି, ଡାକ୍ତର କିରଣ କୁମାର ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିଲେ l


