ପ୍ରଧାନମନ୍ତ୍ରୀ ପୋଷ୍ୟ ଗ୍ରାମ ଯୋଜନା କାର୍ଯ୍ୟକାରିତା ପାଇଁ ବିଡିଓଙ୍କ ପରଦର୍ଶନ ଓ ବୈଠକ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଅଣିଜୋ ଗ୍ରାମ ପଞ୍ଚାୟତ ଅଧିନ ରାଜନଗର ମଙ୍ଗଳପୁର ଗ୍ରାମ ପ୍ରଧାନମନ୍ତ୍ରୀ ପୋଷ୍ୟ ଗ୍ରାମ ଯୋଜନାରେ ସାମିଲ ହେବା ପରେ ବନ୍ତ ବିଡିଓ ରେବେକା ବିଲୁଙ୍ଗ ଉକ୍ତ ଗ୍ରାମ ପରିଦର୍ଶନରେ ଆସିଥିଲେ । ଉକ୍ତ ଗ୍ରାମର ସାମଗ୍ରିକ ବିକାଶ ପାଇଁ ମଞ୍ଜୁର ହୋଇଥିବା ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ଚୟନ ପାଇଁ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ପିଇଓ ବୀର କିଶୋର ନାୟକ, ସରପଞ୍ଚ ଜଗବନ୍ଧୁ ବେହେରା, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ତ୍ରିପାଠୀ, ୱାର୍ଡ ସଭ୍ୟ ରଘୁନାଥ ମହାନ୍ତି, ଜୟକୃଷ୍ଣ ଦାସ, ସମିତି ସଭ୍ୟଙ୍କ ପ୍ରତିନିଧି ଭଗବାନ ଜେନାଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପ୍ରକଳ୍ପ ଚୟନରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ଗ୍ରାମର ଆଲୋକିକରଣ, ପାନୀୟ ଜଳ, ପକ୍କା ରାସ୍ତା, ବିଦ୍ୟାଳୟ ମରାମତି ଆଦି ପ୍ରକଳ୍ପ ଗୁଡିକୁ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ପରମେଶ୍ୱର ରାଉତ, କରୁଣାକର ଦାସ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ