ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ଅଭିଯାନ ରଥର ରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଖରିଫ ୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ୨ଟି ସଚେତନତା ଅଭିଯାନ ରଥର କୃଷି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ଅଭିଯାନ ରଥ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କୃଷି ଓ କୃଷକ ମାନଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ସୁବ୍ଧା ସମ୍ପର୍କରେ ଅବଗତ କରାଇବ । ଅନ୍ୟପକ୍ଷରେ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଉପାଦେୟ ତଥ୍ୟ ଉପରେ ଡାକବାଜି ଯନ୍ତ୍ର ଓ ପ୍ରଚାର ପତ୍ର ବଣ୍ଟନ ମାଧ୍ୟମରେ ସଚେତନ କରାଇବ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୌଳାଶ ଚନ୍ଦ୍ର ନାୟକଙ୍କ ସମେତ କୃଷି ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ