ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ ଉପକୃତ ବେହେ ଜିଲ୍ଲାର ତିନିଲକ୍ଷ ଅଣସଂଗଠିତ ଶ୍ରମିକ
ବାଲେଶ୍ୱର: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶ୍ରମଯୋଗୀ ମାନଧନ ଯୋଜନାରେ ବାଲେଶ୍ୱର ଜିଳ୍ଲାର ତିନିଲକ୍ଷ ଅଣସଂଗଠିତ ଶ୍ରମିକ ଉପକୃତ ହେଉଥିବାରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଜିଲ୍ଲା କୃଷକମୋର୍ଚ୍ଚାର ପ୍ରଭାରୀ ଶୁଭଙ୍କର ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ ଠାରେ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ପୀୟୁଷ ଗୋଏଲ ବଜେଟ୍ ୨୦୧୯ ସାଂସଦରେ ଉପସ୍ଥାପନ କରି ଏଥି ନିମନ୍ତେ ୫୦୦ ଶହ କୋଟି ଟଙ୍କାର ଏକ ପ୍ରାରମ୍ଭିକ ଜମା ରାଶି ନିମନ୍ତେ ଘୋଷଣା କରିଥିଲେ । ଏହି ଯୋଜନାରେ ୧୮ ବର୍ଷରୁ ୪୦ବର୍ଷର ଅଣସଂଗଠିତ ଶ୍ରମିକ ଯେଉଁମାନେ ଚା’ଦୋକାନ, ଖୁଚୁରା ଦୋକାନରେ ରେଷ୍ଟୁରାଣ୍ଟ, ଯାନବାହନ ମରାମତି ଦୋକାନ, ନିର୍ମାଣ କ୍ଷେତ୍ର ଆଦିରେ କାର୍ଯ୍ୟ କରୁଥିବେ ସେମାନେ ୧୮ ବର୍ଷରୁ ୪୦ ବର୍ଷ ଭିତରେ ଯଥାକ୍ରମେ ୫୫ ଟଙ୍କାରୁ ୨୦୦ଟଙ୍କା ପର୍ଯ୍ୟନ୍ତ ମାସିକ ଜମା କଲେ ତିନି ହଜାର ଟଙ୍କାର ପେନସନ୍ ୬୦ ବର୍ଷ ପରେ ପାଇବା ନିମନ୍ତେ ହକ୍ଦାର ହେବେ । ଏଥି ନିମନ୍ତେ ସେହି ଶ୍ରମିକମାନେ ପାଖ ଏଲ.ଆଇ.ସି, ବୀମା ଏଜେଣ୍ଟ ଓ ଇ.ଏସ୍.ଆଇ. ପ୍ରଭିଡେଣ୍ଡଣ୍ଟଫଣ୍ଡ , ସି.ଏସ୍.ସି. ଶ୍ରମବିଭାଗ କାର୍ଯ୍ୟାଳୟରେ ଅନ୍ଲାଇନ୍ ମାଧ୍ୟମରେ ନିଜର ପଞ୍ଜୀକରଣ କରାଇପାରିବେ । ଏଣୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅଣସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଅଣସଂଗଠିତ ଶ୍ରମିକମାନଙ୍କ ଆବେଦନକୁ ଅନ୍ଲାଇନ୍ରେ ଯଥାଶୀଘ୍ର ଜମାକରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର୍ର ଅନୁରୋଧ କରିଛନ୍ତି ।


