ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଦୁର୍ନୀତିର ଗନ୍ଧ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର ୩ କିଲୋମିଟର ଦୁରରେ ଗୁଡରିଗୁଡା ଗ୍ରାମ । ଏହି ଗ୍ରାମରେ ବସବାସ କରନ୍ତି ୪୦ ରୁ ଉର୍ଦ୍ଧ୍ୱ ପରିବାର । ସହର ଠାରୁ ଗ୍ରାମାଞ୍ଚଳ ନିମନ୍ତେ ପକ୍କା ସଡକ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିର୍ମାଣର କିଛି ମାସ ହୋଇଥିବା ବେଳେ ରାସ୍ତାରୁ ପିଚୁ ଉଠି ଆଁ ହୋଇଗଲାଣି ।ଅନ୍ୟ ପଟେ ଏହି ରାସ୍ତା ଦେଇ ପ୍ରତିଦିନ ୩ ଟି ଗ୍ରାମର ଆଦିବାସୀ ଜନତା ମୋହନା ଅଂଚଳରେ ନିର୍ଭର କରିଥାନ୍ତି । ଘରୋଇ ଉପକରଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍୍ୟ ଚିକିତ୍ସା ନିମନ୍ତେ ନିର୍ଭର କରୁଥିବା ସମୟରେ ରାସ୍ତାରେ ପିଚୁ ଉଠିଯିବାରୁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ଦୁର୍ନିତୀ ହୋଇଥିବା ଅଭିଯୋଗ କରିଛନ୍ତି ।ଅନ୍ୟପଟେ ଦୁର୍ଗମ ରାସ୍ତା ଦେଇ ହରଭଙ୍ଗି ନଦୀ ପାର ହେଉଥିବା ୩ ଟି ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୈାଣସି ସମାଧାନ କରାଯାଇପାରିନଥିବାରୁ ଗ୍ରାମବାସୀ ମିଳିତ ଚାନ୍ଦା ଆଦାୟ କରି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ଅନ୍ୟ ପଟେ ଜନନେତା ମାନଙ୍କର ମଧ୍ୟ କୈାଣସି ସମସ୍ୟା ବୁଝିବା ନିମନ୍ତେ ଜନନେତା ମାନଙ୍କର ଦେଖା ମିଳୁନଥିବା ଅଭିଯୋଗ ହୋଇଛି ।