ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା : ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ ମାଲାମାଲ, ରାସ୍ତା ବେହାଲ୍
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ ହେଉଛି ରାସ୍ତା କାମ । ବିଭିନ୍ନ ଗାଁକୁ ଗଡ଼ିବ ଗାଡ଼ି, ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ରାସ୍ତା କାମ ହେଉଥିବା ବେଳେ ନିର୍ମାଣ ହେଉଥିବା ବିଜୁ ସେତୁ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାକୁ ହେରଫେର କରି ଗ୍ରାମ୍ୟଉନ୍ନୟନ ବିଭାଗ ମାଲାମାଲ ହଉଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ ଅଞ୍ଚଳ ମୋହନା ବ୍ଲକରେ ଚାଲୁଥିବା ନିର୍ମାଣାଧିନ ରାସ୍ତା କାମରେ । ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର୧୦ରୁ୨୦କିମି ଦୂରରେ ହଉଛି ର୍ଦୁନୀତି, ହେଲେ କାହାର ନଜର ନାଇ. ରାସ୍ତା କାମରେ ନିମ୍ନମାନର ପିଚୁ ବ୍ୟବହାର କରିବା ସହ ଅଳ୍ପ ଖୋଳି ମେଟାଲ ନ ପକାଇ ପିଚୁ ପକାଉଛନ୍ତି, ଏପରିକି ପୋଲ ନିର୍ମାଣରେ ସିମେଣ୍ଟ ମଧ୍ୟ ଭଲ ବ୍ୟବହାର କରାଯାଉନି ଯାହା ଫଳରେ ବାଲି ଜାଗାରେ ମାଟି ବ୍ୟବହାର କରୁଛନ୍ତି । ଫଳକରେ ମଧ୍ୟ୍ୟ ଭୁଲ ତଥ୍ୟ ଲେଖା ଯାଉଛି । ଠିକାଦାରା କିନ୍ତୁ ବିଭିନ୍ନ ସମୟରେ କାମ ହେଉଥିବା ସ୍ଥାନରେ ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି, ଗଲା ତିତିଲିରେ ବିଭିନ୍ନ ସ୍ଥାନରେ ମରାମତି ପାଇଁ ଆସିଥିବା ଟଙ୍କା ମଧ୍ୟ୍ୟ ହେରଫେର କରାଯାଇଛି । ରାସ୍ତା ଗୁଡ଼ିକ ତିଆରି ହେବାର ମାତ୍ର ଗୋଟିଏ ମାସ ନ ପୁରୁଣୁ ପିଚୁ ଉଠିବା ସହ ଦବିବାରେ ଲାଗିଛି । ଗବିନ୍ଦପୁର ପଞ୍ଚାୟତ,ମଳାସପଦର ପଞ୍ଚାୟତ,ମୋହନା ପଞ୍ଚାୟତ ଏପରିକି ଡିଭିଜନରେ ବିଭିନ ର୍ଦୁନୀତ ହେବାରେ ଲାଗିଛି, କିନ୍ତୁ ଉପରିସ୍ଥ ଅଧିକାରୀ କିପରି ଜାଣି ପାରୁନାନ୍ତି ଏବଂ ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟରେ କିପ୍ରକାର ମଧୁଚନ୍ଦ୍ରିକା ଚାଲିଛି ଯା ଫଳରେ ଠିକାଦାରମନେ ଟଙ୍କା ନ ପାଇ ପିସି ଦେଇ ଦେଇ ମୁଣ୍ଡରେ ହାତ ଦେଉଛନ୍ତି କିପ୍ରକାର ମଧୁଚନ୍ଦ୍ରିକ ଚାଲିଛି ଯନ୍ତ୍ରୀଙ୍କ, ଏବେ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଏବଂ ଏହାର ତଦନ୍ତକରି ତୁରନ୍ତ ଯନ୍ତ୍ରୀ ବା ଯେକୌଣସି କର୍ମଚାରୀ ସାମିଲ ଥିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ ।