ପ୍ରଧାନମନ୍ତ୍ରୀ ଙ୍କ ସ୍ଵନିଧି ଯୋଜନା
ସୋରଡା, (ରଜନୀକାନ୍ତ ମହାପାତ୍ର): ଜିଲ୍ଳା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ ଶୁକ୍ରବାର ଦିନ ସୋରଡା ଏନଏସି ଗ୍ରସ୍ତ କରି ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ଉପରେ ସମୀକ୍ଷା କରିଛନ୍ତି । ସହର ର ଉଠାଦୋକାନି ମାନଙ୍କ ପାଇଁ ଉଧିଷ୍ଠ ଏହି ଯୋଜନା ରେ ସେମାନଙ୍କୁ ୧୦୦୦୦ ଟଙ୍କା ରୁଣ ମିଳିବା ବ୍ୟବସ୍ତା ଅଛି । ଯଥାଶୀଘ୍ର ସମସ୍ତ ଉଠାଦୋକାନୀ ମାନଙ୍କୁ ଏଥିରେ ସାମିଲ କରାଇବାକୁ କହିଥିଲେ । ଏହାଛଡା କୋଭିଡ ପରିଚାଳନା ଉପରେ ପଚାରି ବୁଝିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର, ନୋଡାଲ ଅଧିକାରୀ କାଳୁ ଚରଣ ପ୍ରଧାନ,କର୍ମଚାରୀ, ପିଣ୍ଟୁ ନାୟକ,କନିଷ୍ଟ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଏଥିରେ ସହର ରେ ୧୫୦ ରୁ ଉର୍ଦ୍ଧ ଉଠାଦୋକାନୀ ସୁବିଧା ପାଇବେ । ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ୨ ଜଣ ଏକ୍ସପର୍ଟ ଏନଅରୁଣ କୁମାର ,ଶ୍ରୀକାନ୍ତ କୁମାର ପାତ୍ର ଯୋଗଦେଇ ସ୍ଵନିଧି ଯୋଜନା ର ଆବେଦନ ପ୍ରଣାଳୀ ଉପରେ ଶିକ୍ଷା ଦେଇଥିଲେ ।