ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଲେ କମିଟି ସଭ୍ୟସଭ୍ୟା

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଢ଼େଇଦ୍ୱାର ମତାବାଜ ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲର ଅନୁଦାନ ଅର୍ଥକୁ ବାଟମାରଣା କରିଥିବା ନେଇ ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଏଠାରୁ ବଦଳି ହୋଇଯିବା ବେଳେ କ୍ୟାସବୁକ ସହିତ ୩୪ହଜାର ଟଙ୍କା ନୁତନ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରି ଯାଇଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନ ଶିକ୍ଷକ ନୁତନ କ୍ୟାସବୁକ ବ୍ୟବହାର କରି ଜିରୋ ବାଲାନସରୁ ଏକାଉଣ୍ଟ ଚଲାଇଛନ୍ତି । ଫଳରେ ପୁର୍ବର ଥିବା ୩୪ହଜାର ଟଙ୍କାର କୌଣସି ସୁଚନା ମଧ୍ୟ ନାହିଁ । ସେହିପରି ଗତ ଜାନୁୟାରୀ ଓ ମାର୍ଚ୍ଚ ମାସରେ କମିଟି ସଭ୍ୟସଭ୍ୟାଙ୍କ ଦସ୍ତଖତକୁ ଜାଲ ଅନୁଦାନ ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ଇକୋ କ୍ଲବ ପାଇଁ ଆସିଥିବା ୧୫ହଜାର ଟଙ୍କାର ଅନୁଦାନକୁ ମଧ୍ୟ ଉଠାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟକୁ ବହୁ କମ ଛାତ୍ରଛାତ୍ରୀ ଆସୁଥିଲେ ମଧ୍ୟ ଅଧିକ ଉପସ୍ଥାନ ଦେଖାଇ ଏମଡିଏମ ଓ ଡିଏମଏଫ ଅନୁଦାନକୁ ହଡପ କରୁଥିବା ଅଭିଯୋଗ କରିଛନ୍ତି । ଅଧିକ ଉପସ୍ଥାନ ସମ୍ପର୍କରେ କମିଟି ସଦସ୍ୟ ମାନେ ପଚାରିଲେ କମ ଛାତ୍ରଛାତ୍ରୀ ଦର୍ଶାଇଲେ ସ୍କୁଲରୁ ଶିକ୍ଷକ ନେଇଯିବେ ବୋଲି ପ୍ରଧାନ ଶିକ୍ଷକ କହୁଥିବା ନିରାକାର ବେହେରା, ଶକୁନ୍ତଳା ପାଣିଗ୍ରାହୀ, ମନୋରମା ସେଠୀ, ରାଧା ବେହେରା, କାର୍ତ୍ତିକ ଜେନା, ହେମଲତା ସାହୁ, ପବିତ୍ର ଜେନା, ବସନ୍ତ ବେହେରା, ସନ୍ଧ୍ୟାରାଣୀ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଓ ସ୍କୁଲ କମିଟି ସଦସ୍ୟ ମାନେ ଏ ସମ୍ପର୍କରେ ଗତ ୧୫ଦିନ ହେଲା ବିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବିଇଓ କୌଣସି ପଦକ୍ଷେପ ନନେବାରୁ ଆଜି କମିଟି ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ପ୍ରତିଶୃତି ଦେଇଥିବା କମିଟି ସଦସ୍ୟମାନେ କହିଛନ୍ତି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରାଜକିଶୋର ସ୍ୱାଇଁଙ୍କୁ ପଚାରିବାରେ ସେ ଏପରି ଅଭିଯୋଗକୁ ଅସ୍ୱୀକାର କରିବା ସହିତ ମୋ ପାଖରୁ ଜବରଦସ୍ତ ରେଜୁଲେସନ ଲେଖାଇ ନେଇଛନ୍ତି ବୋଲି ସଫେଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ