ପ୍ରଧାନଶିକ୍ଷଙ୍କୁ ନିଲମ୍ବନ ଘଟଣା:ଜିଲ୍ଲାପାଳଙ୍କୁ ଦାବି ଜଣାଇବେ ଗ୍ରାମବାସୀ 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ଘଟଣା ରେ ଗ୍ରାମବାସୀ ମାନେ ଆସନ୍ତାକାଲି ଜିଲ୍ଲାପାଳଙ୍କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।  ଆସନ୍ତାକାଲି ହଟଡିହି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିବାରୁ ଅଭିଭାବକ, ପରିଚାଳନା କମିଟିର ସଭ୍ୟ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବି ଜଣାଇବେ ବୋଲି କହିଛନ୍ତି ।ଏଠାରେ ସୁଚନାଯୋଗ୍ୟ ଯେ ଜଣେ ବହିସ୍କୃତ ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ବାଧ୍ୟ କରିବାପରେ ସଂପୃକ୍ତ ପାଚିକାକୁ ବିଦ୍ୟାଳୟ କମିଟି ପୁନଃ ନିଯୁକ୍ତି ନଦେବାରୁ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକ ପିତବାସ ପ୍ରଧାନଙ୍କୁ ଗତ ମଙ୍ଗଳବାର ଦିନ ନିଲମ୍ବିତ କରିଥିଲେ । ଏହାକୁନେଇ ଚାରିଦିନ ହେଲା ଗ୍ରାମବାସୀମାନେ ଆନ୍ଦୋଳନ ଚଳାଇଥିଲେବି କେହି ଅଧିକାରୀ ଆଜି ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଯାଇ ନାହାନ୍ତି । ଏପରିକି ଶିକ୍ଷକ ଶିକ୍ଷୟତ୍ରୀମାନେ ଚାରିଦିନ ହେଲା ସ୍କୁଲକୁ ଯାଇ ଗେଟ ତାଲା ପକାଯାଇଥିବାରୁ ନିରାଶ ହୋଇ ବାହାରେ ବସିବସି ଫେରିବାକୁ ବାଧ୍ୟ ହୋଇଛନ୍ତି । ଶିକ୍ଷକମାନେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ବି କେହି ଅଧିକାରୀ ଘଟଣାସ୍ଥଳକୁ ନଯିବାକୁ ନେଇ ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ