ପ୍ରଧାନଶିକ୍ଷଙ୍କୁ ନିଲମ୍ବନ ଘଟଣା: ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଗତ ୫ତାରିଖରୁ ଚଳାଇଥିବା ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି । ବ୍ଲକ ଶିକ୍ଷା ଅଧିକାରୀ କ୍ଷୀାରୋଦ କୁମାର ତ୍ରିପାଠୀ, ସୋସୋ ଥାନା ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ, ଅଭିଭାବକଙ୍କ ସହ ଆଲୋଚନା କଲାପରେ ଅଭିଭାବକ ଓ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ । ୫ଦିନ ହେଲା ସ୍କୁଲ ବନ୍ଦ ରହିବାପରେ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିବା ଶୁଣିବା ପରେ ତରବର ଭାବେ ବ୍ଲକ ଅଧିକାରୀ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝା କରିବା ସହିତ ପ୍ରତିଶୃତି ଦେଇଥିବା ଜଣାଯାଇଛି । ଏ ସମ୍ପର୍କରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁଠି ସମସ୍ୟା କିଛି ଉପୁଜୁଛି ସେଠି କେବଳ ଶିକ୍ଷକଙ୍କୁ ନିଲମ୍ବନ କରିଦେଲେ ସମସ୍ୟା ସୁଧୁରିଯିବନି । ଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଥାନ୍ତା । କିନ୍ତୁ ସେ ସ୍କୁଲକୁ ବର୍ତ୍ତମାନ ଜଣେ ଶିକ୍ଷକ ଦେବା ସମ୍ଭବପର ନୁହଁ ତେଣୁ ସ୍କୁଲଟି କିପରି ଚାଲିବ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଜଣେ ବହିସ୍କୃତ ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ପ୍ରଧାନ ଶିକ୍ଷକଙ୍କୁ ବାଧ୍ୟ କରିବାପରେ ସଂପୃକ୍ତ ପାଚିକାକୁ ବିଦ୍ୟାଳୟ କମିଟି ପୁନଃ ନିଯୁକ୍ତି ନଦେବାରୁ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକ ପିତାବସ ପ୍ରଧାନଙ୍କୁ ଗତ ମଙ୍ଗଳବାର ଦିନ ନିଲମ୍ବିତ କରିଥିଲେ । ପରିଚାଳନା କମିଟି ବହିସ୍କୃତ ପାଚିକାକୁ ରଖିବାକୁ ଚାହୁଁ ନଥିବାବେଳେ ବିଇଓ ପ୍ରଧାନ ଶିକ୍ଷକଙ୍କୁ ଏଥିପାଇଁ ନିମ୍ବନ କରିବାରୁ ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ତ୍ୟେକ୍ତ ହୋଇ ସ୍କୁଲରେ ତାଲାପକାଇ ଆନ୍ଦୋଳନ ଚଳାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ