ପ୍ରଧାନଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସାନ ଶାସନ ପଂଚାୟତ ମତାବାଜ ସ୍କୁଲ ଠାରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ମହିଲତା ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମାଜସେବୀ ବିଶ୍ୱନାଥ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ଅନୀଲ କୁମାର ବଳ, ଅକ୍ଷୟ କୁମାର ଜେନା, ଉମେଶ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ସିଆରସିସି କୈଳାସ ଚନ୍ଦ୍ର ସାମଲ, ଅଶୋକ କୁମାର ରାଉତ, ନିମନ୍ତ୍ରିତ ଅତିଥି ଭାବେ ସରପଞ୍ଚ କୈଳାସ ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ନନ୍ଦ, ରାଜ କିଶୋର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା, ଆନନ୍ଦ ଚନ୍ଦ୍ର ପାଢ଼ୀ, ବସନ୍ତ ଦାସ, ବାସୁଦେବ ମହାପାତ୍ର ଏଥିରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଗୀତା ପାଠ ସହିତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ନାୟକ ସ୍ୱାଗତ ଭାଷଣ ଓ ସନ୍ତୋଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପିତାମ୍ବର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରିଶେଷରେ ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ସାହୁଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ପରିଚାଳନା କମିଟି ସଭ୍ୟ ସଭ୍ୟା ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିବା ବେଳେ ସମ୍ବର୍ଦ୍ଧନା ସଭାକୁ ସନ୍ତୋଷ କୁମାର ନାୟକ, ଆନନ୍ଦ ଚନ୍ଦ୍ର ସାହୁ, ଗଦାଧର ଜେନା, ପାର୍ବତୀ ଖଣ୍ଡାଇ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ