ପ୍ରଧାନଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧକରି ବିଦ୍ୟାଳୟରେ ତାଲା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଥିବାବେଳେ ଆଜି ୫୦ରୁ ଉର୍ଦ୍ଧ ଗ୍ରାମବାସୀ ବିଇଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟରେ ପୁର୍ବରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଥିବା ମୀନା ସାମଲ ପ୍ରମୋସନ ପାଇ ନିଜ ଇଛାରେ ଅନ୍ୟ ଏକ ସ୍କୁଲକୁ ବଦଳି ହୋଇଗଲେ । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ବଦଳି ହୋଇ ଯିବା ପୁର୍ବରୁ ସ୍କୁଲର ଉନ୍ନୟନ ମୁଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ଟଙ୍କାକୁ କେଉଁ ବାଟରେ ଖର୍ଚ୍ଚ କରାଯିବ ସେନେଇ ଚେୟାରମ୍ୟାନଙ୍କୁ କୌଣସି ସୁଚନା ମଧ୍ୟ ଦେଲେନି କି ବିଦ୍ୟାଳୟ ଉନ୍ନତି କରଣ କାର୍ଯ୍ୟରେ ଖର୍ଚ୍ଚ ମଧ୍ୟ କଲେନି । ଏପରିକି ପାଞ୍ଚ ବର୍ଷ ଭିତରେ ସ୍କୁଲରେ କୌଣସି ଉନ୍ନତି ମୁଳକ କାର୍ଯ୍ୟ ହୋଇପାରିନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଅନ୍ୟ ସ୍କୁଲକୁ ନଯାଇ ବଦଳି ବାତିଲ କରି ପୁନର୍ବାର ସେହି ବଳଭଦ୍ରପୁର ସ୍କୁଲରେ ନିଯୁକ୍ତି ହେବାକୁ ନିର୍ଦ୍ଦେଶନାମା ଆଣିଥିଲେ । ଏହା ଜାଣିବାପରେ ବଳଭଦ୍ରପୁର ଗ୍ରାମବାସୀ ସ୍କୁଲରେ ତାଲା ପକାଇ ରଖିଛନ୍ତି । ଏନେଇ ଗ୍ରାମବାସୀମାନେ ବିଇଓ, ବିଧାୟକଙ୍କୁ ଭେଟି ସେହି ଶିକ୍ଷୟତ୍ରୀଙ୍କ ବଦଳରେ ଅନ୍ୟ ଜଣେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିଆସୁଛନ୍ତି । କିନ୍ତୁ ବିଭାଗୀୟ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ସ୍କୁଲ ପରିଚାଳନା କମିଟିର ସଭାପତି ଗୋଲେଖ ଯେନା, ଅଭିଭାବକ ପ୍ରଫୁଲ ଯେନା, ଆବୁଆ ଯେନା, ଚୈତନ ଯେନା, ଉମାକାନ୍ତ ଯେନା, ବିଜୟ ଯେନା, ନିମାଇଁ ଯେନା, ମୋହନ ଯେନା, ଶିବ ଯେନା, ହେମନ୍ତ ଯେନା, ବାବନ ପାତ୍ର, ସଞ୍ଜୁ ଯେନା, ଚଗୁଲୁ ଯେନା, ପ୍ରଭାତ ଯେନା, ଗୌତ୍ତମ ଯେନା, ସମୀର ଯେନା, ମିଥୁନ ଯେନା, ଶ୍ରୀକାନ୍ତ ଯେନା, ସିପୁ ଯେନା, ସଞ୍ଜୟ ଯେନା, ଗୁମନ ଯେନା, ଅଜୟ ଯେନା, ବାବନ ଯେନା, ନାରଣ ଯେନା, ତୋଫାନ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଓ ଅଭିଭାବକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଥିଲେ । ଏବିଇଓ ଏନେଇ ବିଇଓଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ହଟିଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରେ ସେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଦ୍ୟାଳୟର ଟଙ୍କା ଉଠାଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି । ସେ ଟଙ୍କା ଉଠାଇବାପରେ ପ୍ରାରମ୍ଭରେ ବାଲି ଆଣି ପକାଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷା ଲାଗ