ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କୁ ଜେଡପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ଶନିବାର ଦିନ ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲା ରାୟ ପ୍ରକାଶ ପୂର୍ବରୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇଙ୍କ ସୁରକ୍ଷା ଜେଡ୍+କୁ ଉନ୍ନିତ କରାଯାଇଛି । ଚଳିତ ନଭେମ୍ବର ମାସ ୧୭ ତାରିଖରେ ସେ ଅବସର ଗ୍ରହଣ କରୁଛନ୍ତି । ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷ୍ଟିସ୍ ଏସ୍ଏ ବୋବ୍ଡ଼େ, ଡିୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍ଏ ନାଜୀର । ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୌଜ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ଜେଡ୍+ ଦେଇଥାଏ । ବିଶେଷ କରି ସିଆରପିଏଫ୍ ଯବାନମାନେ ଏହି ସୁରକ୍ଷା ଦେଇ ଥାଆନ୍ତି । ଆଜି ପୂର୍ବାହ୍ନ ୧: ୩୦ ବେଳେ ସୁପ୍ରିମ୍ କୋର୍ଟ ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍ ଜମି ବିବାଦର ରାୟ ଶୁଣାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ