ପ୍ରଧାନ ମନ୍ତ୍ରୀ ସଡ଼କର ଲୋକାର୍ପଣ ଉତ୍ସବ
କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ବ୍ଲକ୍ ଗ୍ରାମ ଉନ୍ନୟନ ବିଭାଗ ପକ୍ଷ ରୁ ପ୍ରଧାନ ମନ୍ତ୍ରୀ ସଡ଼କ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, କଣାସ ଗ୍ରାମ ଉନ୍ନୟନ ବିଭାଗ ବରିଷ୍ଠ ଯନ୍ତ୍ରୀ ଶୁଶାନ୍ତ କୁମାର ପାଢ଼ୀ , ସ୍ଥାନୀୟ ସରପଂଚ ପ୍ରମୁଖ ଯୋଗଦାନ କରିଥିଲେ। ପ୍ୟାକେଜ ନ ଓ ଆର-୨୬-୩୮୫/ପି ଏମ ଜି ଏସ ଓ୍ଵ।ଇ-୩ (ବି-୨)ଏହା ନୂଆ ଜଗନ୍ନାଥ ସଡ଼କ ଠାରୁ ଗଡ଼ଖାରଦ ଭାୟା ଗୋପୀନାଥ ପୁରୁ ନୂଆ ଗାଁ ଦେଇ କରମଳା କୁ ସଂଯୋଗ କରାଯିଵ।ନୂଆକରି ନିର୍ମାଣ କରାଯାଇଥିବା ଏହି ପ୍ରଧାନ ମନ୍ତ୍ରୀ ସଡ଼କ ତେଲେଙ୍ଗାପଡା, ବିଣ୍ଡି ପୁର,ଅଡାଲ,ବଡାଲ,ସାନ ଓରା,ପାଇକମରା ପ୍ରମୁଖ ଗ୍ରାମ ଦେଇ ରାସ୍ତା ନିର୍ମାଣ କରାଯିବ।ଏହି ରାସ୍ତା ନିର୍ମାଣ ହେବା ଫଳରେ ଅଞ୍ଚଳ ବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ଆସିପାରିବ ବୋଲି ବିଧାୟକ କହିଛନ୍ତି।


