ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ କୁମାର ମହାନ୍ତିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇବା ଉଦେଶ୍ୟରେ ଏକ ସଭା ପ୍ରଭାକର ବେହେରାଙ୍କ ସଭାପତିତ୍ୱରେ ଭାଗବତପୁର ଗ୍ରାମସ୍ଥିତ ସାବିତ୍ରୀ ଲେଙ୍କାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ପ୍ରଥମେ କଟକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିବା ବେଳେ ଶେଷରେ କଟକ ସହରର ନୂଆବଜାରସ୍ଥିତ ନେହେରୁ ଉଚ୍ଚ ବିଦ୍ୟାପୀଠରୁ ବଦଳି ହୋଇ ଆସି କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳସ୍ଥିତ ନିଗମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିଲେ । ତାଙ୍କ ଶିକ୍ଷକତା ଜୀବନ ଭିତରେ ସେ ବହୁ ଜନହିତକର କାର୍ଯ୍ୟ କରି ଲୋକମାନଙ୍କ ଆସ୍ଥାଭାଜନ ହୋଇପାରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ଗତ ମାର୍ଚ୍ଚମାସ ୩୧ତାରିଖରେ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ରାଜକିଶୋର ଲେଙ୍କା, ବ୍ରହ୍ମାନନ୍ଦ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଗଣେଶ କୁମାର ରାଉତ, ଦିଲ୍ଲିପ କୁମାର ସାମଲ, ବିଜ୍ଞାନ କିଶୋର ମହାପାତ୍ର, କିଶୋର କୁମାର ସାହୁ, ଅବିନାଶ ତ୍ରିପାଠୀ, ଭାଷ୍କର ଚରଣ ଗାଆଣ, ମହିମା ପ୍ରକାଶ ଭୂୟାଁ, ବାବୁଲି ଗୋଛାୟତ ଓ ଶିକ୍ଷକ ପ୍ରିୟରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


