ପ୍ରଧାନ ଶିକ୍ଷକଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍):ରାଇକଲା ଉ. ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋକନାଥ ବାରିକଙ୍କୁ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ପରିସର ମଧ୍ୟରେ ଅବସର କାଳିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପରିଚାଳନା କମିଟି ସଭାପତି କୁନାଲ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଛବ ରେ ଶିକ୍ଷାବିତ୍ ରାଜ କିଶୋରଙ୍କ ସହିତ ସ୍କୁଲର ଜୋସ୍ନାରାଣି ନାୟକ, ସାସ୍ୱତୀ ଶ୍ୱେତ ପଦ୍ମା ବେହେରା, ରାଜ କିଶୋର ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। କରୋନା କଟକଣା ଯୋଗୁ ସାମାଜିକ ଦୂରତ୍ୱ ରଖି ନିରାଡମ୍ବର ଭାବେ ସମ୍ବର୍ଦ୍ଧନା ସଭା ପାଳିତ ହୋଇଥିଲା । ବିଦାୟୀ ପ୍ରଧାନ ଶିକ୍ଷକ ବାରିକ ଙ୍କୁ ଉପଢୌକନ ସହିତ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ପଠନ ଶୈଳି, ସମୟାନୁବର୍ତ୍ତିତା, କାଯ୍ୟ ଦକ୍ଷତା, ଛାତ୍ର ବସ୍ଛଳ ଭଳି ମହାନ ଗୁଣ ଗ୍ରାମବାସୀ, ଛାତ୍ରଛାତ୍ରୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ