ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରରେ ପ୍ରଧାନ ଶିକ୍ଷକ ଭାବେ ସୁରେଶ ଚନ୍ଦ୍ର ପଲେଇ କାର୍ଯ୍ୟରତ ଥିଲେ |ସେ ମାର୍ଚ୍ଚ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଦୀର୍ଘ ଦିନର ଚାକିରୀ କାଳ ଜୀବନ ମଧ୍ୟରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ତଥା ସହକର୍ମୀ ମାନଙ୍କ ନିକଟରେ ପ୍ରିୟଭାଜନ ହୋଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି | ଶ୍ରୀ ପଲେଇ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା କୁ ନେଇ ଶିକ୍ଷାଦାନ ପ୍ରଣାଳୀ ସବୁଦିନେ ମନେ ରହିବ ବୋଲି ଦାୟିତ୍ୱ ଗ୍ରହଣ କରିଥିବା ସହକାରୀ ଶିକ୍ଷକ ବାଳକୃଷ୍ଣ ପାତ୍ର ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି l ଶ୍ରୀପଲେଇଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ପରେ ସହକାରୀ ଶିକ୍ଷକ ବାଳକୃଷ୍ଣ ପାତ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି | ଏହି ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକ କେ.ସି. ଦାଶ, ସମୀର କୁମାର ପଟ୍ଟନାୟକ, ସବିତା ପାଣିଗ୍ରାହୀ, ଓଁ ପ୍ରକାଶ ସାହୁ, ସରିତା ପ୍ରଧାନ, ନିଗମାନନ୍ଦ ବେହେରା ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ