ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ତରଭା ଗ୍ରାମରେ ଥିବା ଜାଗୁାଳାଇ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେଠୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଗୀତାଞ୍ଜଳୀ ସଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ମକରଧ୍ୱଜ ଓଝା, ମୁଖ୍ୟବକ୍ତା ଭାବେ ପୁର୍ବତନ ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ପଣ୍ଡା, ସମ୍ମାନୀତ ଅତିଥିଭାବେ ସିଆରସିସି ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ନାରାୟଣ ଚନ୍ଦ୍ର ସେଠୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବାସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ବର୍ତ୍ତମାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର କର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବୃନ୍ଦାବନ ନାୟକ, ଅଜୟ ପଣ୍ଡା, ଅମୁଲ୍ୟ ଓଝା, ତପନ କୁମାର ପଣ୍ଡା, ପ୍ରଦ୍ୟୁମ୍ନ ପଣ୍ଡା, ରୀନା ବେହେରା, ଚମ୍ପା ଜେନା, ମଞ୍ଜୁଲତା ପତି, ସୁବାସିନି ପତି, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଗ୍ରାମବାସୀଙ୍କ ସହିତ ମୁଗୁପୁର ସାଧନକେନ୍ଦ୍ରର ଶିକ୍ଷକ କୈଳାଶ ସାହୁ, ଆର୍ତ୍ତତୟ୍ରାଣ ଜେନା, ଖଗେଶ୍ୱର ସାହୁ, ଗଣେଶ୍ୱର ପଣ୍ଡା, ଶରତ ମଲ୍ଲିକ, ପ୍ରେମକଳା ପଣ୍ଡା, ରଘୁନାଥ ନାୟକ, ଲତିକା ବାରିକ, ଶିବସୁନ୍ଦର ସାହୁ, ପ୍ରଫୁଲ ସାହୁ, ପଦ୍ମାବତୀ ଜେନା, ଭାଗିରଥି ସାହୁ, ବନମାଳୀ ରାଉତ, ମୀନା ସାମଲ, ସନ୍ତୋଷିନୀ ପତି, ସରୋଜ ସାହୁ, ହରମୋହନ ମଲ୍ଲିକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ