ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଢିଆ ଉପ୍ରା ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ ତାରକେଶ୍ୱର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମା’ତାରିଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇ, ବିଶିଷ୍ଟ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଏବିଇଓ ହରେକୃଷ୍ଣ ଆପଟ, ଅଲୋଷ୍ଟାର ରାଜ୍ୟ ନେତୃତ୍ୱ ଅଶୋକ କୁମାର ରାଉତ, ଜିଲା ସଂପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ, ବ୍ଲକ ସଂପାଦକ ପ୍ରଣୟ କୁମାର ସିଂ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ପ୍ରମୋଦ ନାୟକ, ରୋହିତ କୁମାର ଜେନା, ଦାସରଥି ଜେନା, ଜଗନ୍ନାଥ ମଲ୍ଲିକ, ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୃଜତିକୃଷ୍ଣ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ନାୟକ, ସିଆରସିସି ସୁକାନ୍ତ କୁମାର ବେହେରା, ପୁରାତନ ଛାତ୍ର ଉମେଶ ଚନ୍ଦ୍ର ସ୍ୱାଇଁ, ଅସିତ୍ କର, ସ୍ମୃତିପ୍ରଜ୍ଞା ବେହେରା, ଧନେଶ୍ୱର ମହାପାତ୍ର, ଗୀତାରାଣୀ ସାହୁ, ସୁଚିସ୍ମିତା ସାହୁ, ସହକାରୀ ଶିକ୍ଷକ ନିର୍ମଳ ବାରିକ, ଗୌରାଙ୍ଗ ପଣ୍ଡା, ଶମ୍ଭୁନାଥ ସାହୁ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।