ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିକଲେ ଗ୍ରାମବାସୀ

ହାଟଡ଼ିହି,  : ହାଟଡିହି ବ୍ଲକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିକରିଛନ୍ତି ଗ୍ରାମବାସୀ । ଏନେଇ ସେମାନେ ମାନ୍ୟବର ଆନନ୍ଦପୁର ବିଧାୟକ, ଓ ହାଟଡିହି ବ୍ଲକ ଶିକ୍ଷାଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟଟି ୧୯୬୦ମସିହାରୁ ସ୍ଥାପିତ ହୋଇ ସମଗ୍ର ଅଞ୍ଚଳରେ ଏକ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିଲା । କିନ୍ତୁ ଗତ କିଛିବର୍ଷ ହେଲା ଏଠାରେ ଥିବା ଜଣେ ଶିକ୍ଷକ ନିଜକୁ ସର୍ବେସର୍ବା ବୋଲାଇ ବିଦ୍ୟାଳୟରେ ନାନା ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଚାଲିଛନ୍ତି । ବିଦ୍ୟାଳୟଟିକୁ ଏକ ମଦ ଦୋକାନରେ ପରିଣତ କରିଦେଲେଣି ବୋଲି ଅଭିଯୋଗ କରିଛନ୍ତି । ଏନେଇ ସେମାନେ ପୁର୍ବରୁ ବହୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ନାରାୟଣ ବେହେରା, ପରମାନନ୍ଦ ରାଉତ, ଇଶ୍ୱର ଦାସ, ସୁଦାମ ଜେନା, ଭାଗିରଥି ଦାସ, ପ୍ରଦୀପ କୁମାର ଜେନା, ପ୍ରହଲାଦ ଜେନା, କାହ୍ନୁ ଚରଣ ଜେନା, ପ୍ରଶାନ୍ତ କୁମାର ରାଉତ, ସ୍ୱଦେଶି ରାଉତ, ରବିନ୍ଦ୍ର ଦାସ, ରତ୍ନାକର ବରାଳ, ନିରଞ୍ଜନ ସାହୁ, ନରେନ୍ଦ୍ର ସାମଲ, ରତ୍ନାକର ସାହୁ, ଅଜିତ କୁମାର ନାୟକ, ଅନାଦି ଦାସ, ପ୍ରମୋଦ ଜେନା, ଅକ୍ଷୟ ଦାସ, ସୁଧାଶୁଂ ଶେଖର ଜେନା, ମାର୍କଣ୍ଡ ବେହେରା, ପ୍ରହଲାଦ ଦାସ, ରବିନ୍ଦ୍ର ଜେନା ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଇଓ କ୍ଷୀରୋଦ ତ୍ରିପାଠୀଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇବାପରେ ତଦନ୍ତ କରିବାକୁ ଯାଇଥିଲେ ଓ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ