ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ବିଇଓ ଅଫିସ ଘେରାଉ
ହାଟଡ଼ିହି, : ଦଲିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ପଞ୍ଚାୟତ ବାସୀ ବିଇଓଙ୍କ କାର୍ଯ୍ୟାଳୟ ଘେରାଉକରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ଥ କରିପକାଇଛନ୍ତି । ତାଙ୍କର ମନୋମୁଖୀ କାର୍ଯ୍ୟଯୋଗୁଁ ଉକ୍ତ ବିଦ୍ୟାଳୟରେ ଅନେକ ସମସ୍ୟା ସୃଷ୍ଟି ହେଉଛିି । ବିଦ୍ୟାଳୟକୁ ନିୟମିତ ନଯାଇ ଗାଁରେ ବିଭିନ୍ନ ରାଜନୈତିକ ପ୍ରଚାର କରୁଛନ୍ତି । ବିଦ୍ୟାଳୟରେ ଉପସ୍ଥାନ ହାର କମିବା, ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଶିକ୍ଷାଦାନରେ ବ୍ୟତିକ୍ରମ ଆଦି ମୌଳିକ ସମସ୍ୟା ବଢ଼ିବାରେ ଲାଗୁଛି । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ପ୍ରଧାନ ଶିକ୍ଷକ ତାଙ୍କୁ ବିଦ୍ୟାଳୟରୁ ଦୁରେଇ ଦେଉଛନ୍ତି । ଯାହାକି ଜଣେ ସୁ ଚରିତ୍ର ସ୍ୱାଭୀମାନୀ ଚେୟାରମ୍ୟାନଙ୍କୁ ମିଥ୍ୟା ଷଡଯନ୍ତ୍ରରେ ବିଦ୍ୟାଳୟରୁ ବିତାଡିତ କରିବା ସହିତ ଜଣେ ଗରିବ ରୋଷେୟାକୁ ନିଜର ପତିଆରା ଦେଖାଇବାକୁ ଯାଇ ବିତାଡିତ କରିଛନ୍ତି । ଏପରିକି ପଞ୍ଚାୟତର ଶିକ୍ଷା ଷ୍ଟାଣ୍ଡିଂ କମିଟି ସଦସ୍ୟ ମଦନ ମୋହନ ନନ୍ଦି ହଦଗଡ ସରପଞ୍ଚଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ପରିଦର୍ଶନରେ ଯାଇଥିବାବେଳେ ତାଙ୍କ ନାମରେ ମିଥ୍ୟା ମୋକଦମା କରିବାକୁ ପଛେଇ ନାହାନ୍ତି ବୋଲି ରାଜେନ୍ଦ୍ର ଶଙ୍ଖୁଆ, ଶୁକ ହାଁସଦା, ଗୋବର୍ଦ୍ଧନ ନାଏକ, ରବିନ୍ଦ୍ର ନାଏକ, ଭରତ ନାଏକ, ସାଦ ହୋ, ଅଭିମନ୍ୟୁ ନାୟକ, ପାଣ୍ଡବ ନାଏକ, ମହେଶ୍ୱର ନାଏକ, ତରଣୀକାନ୍ତ ନାଏକ, ଗୋପବନ୍ଧୁ ନାଏକ, ସ୍ୱରୁପ ନାଏକ, ଧନୁର୍ଜୟ ନାଏକ, ରବିନ୍ଦ୍ର ଦେହୁରୀ, କରୁଣାକର ସାହୁ, କୁନି ନନ୍ଦି, ରମେଶ ମୁଖି, ରାମଚନ୍ଦ୍ର ସାହୁ, ଲୋଚନ ପ୍ରଧାନ, ସାନ୍ଦୁରୁ ଥାପା ପ୍ରମୁଖ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।