ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ସ୍ମୃତିସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ଖଟିଆ ରାମଚନ୍ଦ୍ରପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଜଗନ୍ନାଥ ଶତପଥିଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭାସଭାପତି ଅରୁଣ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ପ୍ରସ୍ତାବ କ୍ରମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତି ସଭାରେ ସୋମନାଥ ସାହୁ, ନରସିଂହ ପଣ୍ଡା, ପଦ୍ମଚରଣ ବୈଦ୍ୟ, ଭାସ୍କର ଚନ୍ଦ୍ର ସ୍ୱାଇଁ, ପ୍ରଦୀପ କୁମାର ଦାସ, ଶ୍ରୀକାନ୍ତ ମିଶ୍ର, ବିପ୍ର ଚରଣ ତ୍ରିପାଠୀ, ନିଗମ ଆଚାର୍ଯ୍ୟ, ଶତୃଘ୍ନ ମହାଙ୍କୁଡ, ରାମଚନ୍ଦ୍ର ବେହେରା, ଗତିକୃଷ୍ଣ ସାହୁ, ଡି. ମାଗି ରେଡ୍ଡୀ, ଗୋବିନ୍ଦ ରେଡ୍ଡୀ, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶତପଥିଙ୍କ ଶୀକ୍ଷାଦାନ, ସମୟାନୁବର୍ତ୍ତିତା, ସମାଜ ପ୍ରତି ଥିବା ଅବଦାନ, ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଉଦାରତା ଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ସୋମନାଥ ସାହୁ ସ୍ମୃତି ଚାରଣରେ ସ୍ୱଲିଖିତ କବିତା “ଜଗନ୍ନାଥ ସ୍ମରଣେ” ଆବୃତ୍ତି କରିଥିଲେ । ଶେଷରେ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


