ପ୍ରଧାନ ଶିକ୍ଷକଙ୍କ ସହିତ ମତାନ୍ତର ,ରୋଷେୟା ବରଖାସ୍ତ

ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଯୋଡା ବ୍ଲକ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ପୁରୁଷୋତମ ବ୍ରହ୍ମକୁ ଆଟିଡିଏ ଚମ୍ପୁଆ ପକ୍ଷରୁ ବରଖାସ୍ତ କରାଯାଇଛି । ଗତ ନଭେମ୍ବର ୧୮ ତାରିଖଠାରୁ ପୁରୁଷୋତମ ବ୍ରହ୍ମଙ୍କୁ ବରଖାସ୍ତ କରିବା ପାଇଁ ଆଟିଡିଏ ଚମ୍ପୁଆ ପକ୍ଷରୁ ଯୋଡା ବ୍ଲକ କାର୍ଯ୍ୟାଳୟକୁ ଚିଠି କରାଯାଇଥିବା ସୂଚନା ମିଳିଛି । ପୁରୁଷୋତମ ବ୍ରହ୍ମଙ୍କୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ସହିତ ମତାନ୍ତର ଅଭିଯୋଗରେ ଏହି ବରଖାସ୍ତ କରାଯାଇଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଜଣେ ମହିଳା ପାଚିକାଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି । ସୂଚନା ଯୋଗ୍ୟ କି, ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ଉକ୍ତ ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିବା ନାବାଳିକା ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୂର୍ବତନ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ପୋଲିସ ଏହାର ଅଧିକ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ