ପ୍ରଧାନ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସଢ଼ା ସ୍ଥିତ ଅରବିନ୍ଦ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ମୋହନ ନାୟକ ଓ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଥିବା ଶିକ୍ଷାକର୍ମଚାରୀ ଚୈତନ ଚରଣ ରଣାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାିଛି । ଏଥିଲାଗି ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ସୁରେଶ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ଓଷ୍ଟା କେନ୍ଦୁଝରର ଉପଦ୍ଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସହଗୋଷ୍ଠୀ ଅଧିକାରୀ ମଞ୍ଜୁଲତା ରାଉତ, ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏବେକାର ସମୟରେ ଶିକ୍ଷକମାନେ ଶିକ୍ଷାଦାନ କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷୟତ୍ରୀ ନୟନବାଳା ନାୟକ, ନବଘନ ନାୟକ, ସ୍ୱାତୀ ସୁଚରିତା ବେହେରା, ହରିହର ପଣ୍ଡା, ସୁଶମା ମିଶ୍ର, ଆରତୀ ବେହେରା, ନିବେଦିତା ଚନ୍ଦ୍ରକଳା ଦେବୀ, ନୀଳାନ୍ଦି କୁମାର ରାଉତ, ପୁରୁଷୋତ୍ତମ ସାହୁଙ୍କ ସମେତ ସମ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।