ଲାଞ୍ଚ ନେଉଥିବା ବେଳେ ପ୍ରଧାନ ଶିକ୍ଷକ ଗିରଫ
( ଯୁଗାବ୍ଦ ନ୍ୟୁଜ୍)ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଗିରଫ ,ଜଣେ ଶିକ୍ଷକ ଙ୍କ(ଏମ୍ଏସିପି) କରାଇ ଦେବା ପାଇଁ କହି ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଖଣ୍ଡପଡା ବ୍ଲକ ନଟବରପୁର ଏମ୍ଇ ସ୍କୁଲ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କୁ ଗିରଫ କରିଛି । ଭିଜିଲାନ୍ସ ଟିମି ,ଅଭିଯୋଗ ମୁତାବକ ଶିକ୍ଷକ ପ୍ରତାପ ପତିଙ୍କ (ଏମ୍ଏସିପି) ଖଣ୍ଡପଡା ବିଇଓ ଅଫିସ ରେ କରାଇ ଦେବା ପାଇଁ ନଟବରପୁର (ଏମ୍ଇ) ସ୍କୁଲ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ବହାଡା ଛକ ଠାରେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ନୟାଗଡ଼ ଭିଜିଲାନ୍ସ (ଡିଏସପି) କହିଛନ୍ତି । ଗିରଫ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଘର ଭାପୁର ବ୍ଲକ ମର୍ଦ୍ଦାବାଡି ଗାଁରେ ମଧ୍ୟ ଭିଜିଲାନ୍ସ ଟିମ ରେଡ଼ କରିଛି । ଖଣ୍ଡପଡା ବିଇଓ ଅଫିସରେ କାମ କରାଇ ଦେବା ପାଇଁ ମିଛ କଥା କହି ଅନେକ ଶିକ୍ଷକ ଠାରୁ ଅଭିଯୁକ୍ତ ଚିତ୍ତରଂଜନ ପଣ୍ଡା ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଅଫିସରେ ଅଭିଯୋଗ ହୋଇଥିବା ଜଣାପଡି ।


