ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୌଇରାଶି ପଞ୍ଚାୟତ ର ନୂଆପଲ୍ଲୀ କ୍ଳଷ୍ଟର ବଡଚକଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା ଙ୍କ ଗୁରୁବାର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦେବରାଜ ପ୍ରଧାନ ଙ୍କ ସଭପତିତ୍ୱ ରେ ଏହି ସଭାରେ ମୁଖ୍ୟଅତିଥି ରୂପେ ପୁରୁଷୋତ୍ତମ ବ୍ଲକ ର ଶିକ୍ଷକ ଅକ୍ଷୟ କୁମାର ସେଠୀ, ମୁଖ୍ୟ ବକ୍ତା ରୁପେ ତାରିଣୀପଲ୍ଲି ସ୍କୁଲ ଶିକ୍ଷକ ରାଇବାରି ବେହେରା, ସମ୍ମାନୀତ ଅତିଥି ରୂପେ କମିଟି ସଭ୍ୟ ବିଜୟ କୁମାର ବେହେରା, ସିଆରସିସି ପ୍ରକାଶ ଚନ୍ଦ୍ର ବେହେର, ଯୋଗଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗୋବିନ୍ଦ ବେହେରା, ରବୀନ୍ଦ୍ର କୁମାର ସେଠୀ, ସୀମାଞ୍ଚଳ ଜେନା, ସମେତ ବିଦ୍ୟାର୍ଥୀ, ଅଭିଭାବକ ଉପସ୍ଥିତ ଥିଲେ।