ପ୍ରଧାନ ଶିକ୍ଷକ ଙ୍କ ଅବସର ଗ୍ରହଣ
(ଯୁଗାବ୍ଦ ନ୍ୟୁଜ )ସ୍ଥାନୀୟ କେ.ସି ଟାଉନ ହାଇସ୍କୁଲ, ବ୍ରହ୍ମପୁର ର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ଦୀର୍ଘ ୩୯ ବର୍ଷ ଶିକ୍ଷକତା କଲାପରେ ଆଜି ୩୧-୮-୧୯ ତାରିଖରେ ଅବସର ଗ୍ରହଣ କରିଛନ୍ତି । ସେ ସେହି ସ୍କୁଲର ଛାତ୍ର ଓ ୨୪-୯୧୮୦ ମସିହାରେ ଏହି ସ୍କୁଲରେ ଶିକ୍ଷକ ରୂପେ ତାଙ୍କର ଚାକିରୀ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୧-୩-୨୦୧୪ ମସିହାରେ ସ୍କୁଲର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟଭାର ସମ୍ଭାଳି ଥିଲେ । ଏହି ସ୍କଲରେ ପୂର୍ବତନ ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ସ୍ୱର୍ଗତ ରଘୁନନ୍ଦନ ପଟ୍ଟନାୟକ ଙ୍କ ସେ ସୁପୁତ୍ର ଅଟନ୍ତି ।ଏହି ବିଦାୟକାଳୀନ ସଭା ରେ ସେ ସ୍କୁଲର ଛାତ୍ର , ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଗଣମାଧ୍ୟମ ବନ୍ଧୁଗଣ ଉପସ୍ଥିତ ଥିଲେ । ତାଙ୍କୁ ପୁଷ୍ପଗୁଚ୍ଚ ଦେଇ ସମ୍ମାନିତ କରିଥିଲେ । ସଭାରେ ସେ ଜିଲ୍ଲା ଶିକ୍ଷାଧିକାରୀ ଓ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଙଅକ କାର୍ଯ୍ୟକଳୀପ କୁ ପ୍ରଶଂସା କରିଥିଲେ ।


