ପ୍ରଧାନ ଶିକ୍ଷକ ମୁରଲୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଗୁଡ଼ୁପାହି ହରପ୍ରସାଦ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଜ୍ୟ ଏଲିମେଣ୍ଟାରୀ ବିଇଡି ସଂଘର ମହାସଚିବ ମୁରଲୀଧର ନାୟକଙ୍କୁ ମଙ୍ଗଳବାର ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ତପନ କୁମାର ବର୍ମନଙ୍କ ସଭାପତିତ୍ୱରେ ତଥା ସିଆରସିସି ତ୍ରିଲୋଚନ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ ଦାସ, ରାଜ୍ୟ ସଂଘର ସଭାପତି ଲକ୍ଷ୍ମଣ କୁମାର ମହାନ୍ତି, ଗୁଡ଼ୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୋଳାନାଥ ପାତ୍ର, ସମାଜ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶୀରଂଜନ ମଲିକ, ବିଇଡି ସଂଘ ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ବଳରାମ ପତି, ସତ୍ୟବ୍ରତ ରାଉତ, ରଣଜିତ ମହନ୍ତ, ଅବସରପ୍ରାପ୍ତ ଏବିଇଓ ବିକର୍ତ୍ତନ ନାୟକ, ସୁନୀଲ କୁମାର ମଣ୍ଡଳ, ସହ-ସମ୍ପାଦିକା ସତ୍ୟଭାମା ମୁଦୁଲି, ସଦର ବ୍ଲକ ଏବିଇଓ ରାମଚନ୍ଦ୍ର ବେହେରା, ଗୁଡ଼ୁ ପଞ୍ଚାୟତ ନାଏବ ସରପଞ୍ଚ ଗୁରୁପଦ ବର୍ମନ, ଗୁଡ଼ୁପାହି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦେ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକତା ଓ ଶିକ୍ଷକ ନେତା ଭାବେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷାଦାନଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ସମାଧାନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲେ । ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ତାଙ୍କୁ ସବୁଦିନ ମନେ ରଖିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲା ସଂଘର କୈଳାସ ଚନ୍ଦ୍ର ସାହୁ, ବିଶ୍ୱନାଥ ରଣା, ଅମର କୁମାର ପଣ୍ଡା, ଅରୁଣ କୁମାର ପାତ୍ର, ବିଷ୍ଣୁ ଚରଣ ମଲିକ, ସମାଜସେବୀ ରାଜଶେ ଗିରି, ମନ୍ମଥ ମିଶ୍ର, ପ୍ରେମାନନ୍ଦ ପିରି, ମାନସ ରଂଜନ ନାୟକ, ଅ।।ରତୀ କର, ହରିହର ଜେନା, ମୀନତି ମଲିକ, ବିଦ୍ୟାଳୟ ଏସଏମସି ସଭାପତି ବୀରେଶ କୁମାର ବର୍ମନ, ଦୀପକ କୁମାର ମାନ୍ନା, ନିର୍ମଳ କୁମାର ଘଡ଼େଇ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।ଏହି ଅବସରରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାମାନେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ ସହ ସମସ୍ତଙ୍କର ସହଯୋଗ ଓ ଆତ୍ମିୟତାପୂର୍ଣ୍ଣ ବ୍ୟବହାର ତାଙ୍କର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ହରପ୍ରସାଦ ୟୁପି ସ୍କୁଲର ଭାରପାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ମୁର୍ମୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁକାନ୍ତୀ ପାତ୍ର, ଜୟନ୍ତ ମହାନ୍ତି, ସୁଷମା ପାତ୍ର, ଦେବଯାନୀ ସାମଲ, ମହେଶ୍ୱର ଜେନା, ସରୋଜ ଲେଙ୍କା, ସଯୁକ୍ତା ପରିଡ଼ା, ବାସନ୍ତୀ ବାରିକ, ଅଜୟ ମାଝୀ, ଆଶାଲତା ପଟ୍ଟନାୟକ, ମାୟା ମଣ୍ଡଳ, ପାର୍ବତୀ କିସ୍କୁ, ନାଥ ସୋରେନ, ପୁଷ୍ପାଞ୍ଜଳି ମଣ୍ଡଳ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


