ପ୍ରଧାନ ଶିକ୍ଷକ ସୁକୁମାର ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମଧୁବନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକୁମାର ଦାଶଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିଲାଗି ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ହଦଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ସ୍ୱତନ୍ତ୍ର ବକ୍ତା ଭାବେ ଆନନ୍ଦପୁର ବ୍ଲକର ପ୍ରାକ୍ତନ ଏବିଇଓ ଚତୁର୍ଭୁଜ ପହି, ସମ୍ମାନୀତ ଅତିଥି ଭାବେ ଏବିଇଓ ତଥା ବିଆରସିସି ସୁରେଶ ଚନ୍ଦ୍ର ଜେନା, ଏବିିଓ ପ୍ରମୋଦ କୁମାର ନାୟକ, ମିଳିତ ଶିକ୍ଷକ ମଞ୍ଚର ସଭାପତି ହରମୋହନ ପଣ୍ଡା, ସିଆରସିସି ବାଳକୃଷ୍ଣ ଦାସ, ପୁର୍ବତନ ପ୍ରଧାନ ଶିକ୍ଷକ ଦୈତାରୀ ଚରଣ ରାଉତ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ପୁର୍ବତନ ସରପଞ୍ଚ ଅଭିମନୁ୍ୟ ନାଏକ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ସୁକୁମାର ଦାଶଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହିତ ସେ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ଓ ଗ୍ରାମବାସୀ ତଥା ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସହକାରୀ ଶିକ୍ଷକ ଆଲୋକ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷାବିତ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଶତାଧିକ ପୁର୍ବତନ ଛାତ୍ରଛାତ୍ରୀ, ଗ୍ରାମବାସୀ ହଦଗଡ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ତାଙ୍କ ନିଜ ଗାଁ ସୋସୋରୁ ଏକ ବିରାଟ ପଟୁଆରରେ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ