ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କୁଣ୍ଡିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ମିଶ୍ରଙ୍କୁ ଅବସରକାରଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ତାଙ୍କ ବାସଭବନ ପରିସରରେ ପରିବାର ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ କାଳନ୍ଦୀ ସାହୁ, ପୁର୍ବତନ ସିଆରସିସି ବସନ୍ତ କୁମାର ବେହେରା, ଶିକ୍ଷାବିତ ବ୍ରହ୍ମାନନ୍ଦ ପତି, ପିତାମ୍ବର ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପହି, ପୁଷ୍ପିତା ନାୟକ, ପୁଷ୍ପାଞ୍ଜଳୀ ଖୁଣ୍ଟିଆ, ହରିହର ସାମଲ, ନିତ୍ୟାନନ୍ଦ ବାରିକ, ସୁରେନ୍ଦ୍ର କୁମାର ସା, ସୁଧାଶୁଂ ରାଉତ, ସୁଧାଶୁଂବାଳା ପଣ୍ଡା, ଜ୍ଞାନ ରଞ୍ଜନ ଜେନା, ପ୍ରମୁଖ ଯୋଗଦେଇ ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଜଣେ ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ଓ ଛାତ୍ରବତ୍ସଳା ଶିକ୍ଷୟତ୍ରୀ ଭାବେ ପରିଚିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଏବିଇଓ ପ୍ରଫୁଲ ଚନ୍ଦ୍ର କର, ପୁଅ ସନ୍ଦିପ, କୁଲଦୀପ, ସମରଦୀପ ବୋହୁ ସ୍ୱାତୀ, ଅଙ୍କିତା, ନାତୁଣୀ ମନସ୍ୱନୀ ନାତି ମନିଷ, ପ୍ରୟାନ, ଜ୍ୱାଇଁ ସଞ୍ଜୟ, ମନୋଜ, ଝିଅ ମୀନ ଓ ମାମୁନି ଦେବର ବ୍ରହ୍ମାନନ୍ଦ ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବକୁ ଏକ ନିଆରା ଢ଼ଙ୍ଗରେ ଆୟୋଜନ କରିଥିଲେ । ଏହି ଅବସରରେ ପରିବାର ସଦସ୍ୟ ମାନଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ