ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ମିଡିଆକିଆ ସରପଞ୍ଚ ଅଶୋକ କୁମାର ମଳିକ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ଜାନକୀ କହଁର ଏବଂ ମୁଖ୍ୟବକ୍ତା ଭାବେ ସମାଜ ସେବୀ ଗୌରଚନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଯେଉଁ ସ୍ନେହଶ୍ରଦ୍ଧା ରହିଥିଲା ତାହା ଅବର୍ଣ୍ଣନୀୟ ବୋଲି ଶ୍ରୀ ପୂଜାରୀ କହିଥିଲେ l ନିଜ ସନ୍ତାନ ଠାରୁ ଅଧିକ ସ୍ନେହ ସେ ଅନ୍ତେବାସୀ ଛାତ୍ରୀ ମାନଙ୍କୁ ଦେଉଥିଲେ l ସେମାନଙ୍କର ଲକ୍ଷ୍ୟ କ୍ରୀଡା ତଥା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଥିଲେ ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ l ଶିକ୍ଷକ ଅସିତ କୁମାର ସାହୁ ଏବଂ ସୁନୀଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ମିଡିଆକିଆ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଗ୍ରାମବାସୀ, ବୁଦ୍ଧିଜୀବୀ, ଶୁଭେଛୁ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀମତୀ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବରେ ଉକ୍ତ ଗ୍ରାମପଞ୍ଚାୟତରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ବିଦାୟ କାଳୀନ ସଙ୍ଗୀତ ଛାତ୍ରୀ ମାନେ ପରିବେଷଣ କରିଥିଲେ l ଶେଷରେ ଏକ ବିରାଟ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରି ତାଙ୍କୁ ବିଦାୟ ଦିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ