ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା) :-କେନ୍ଦ୍ରାପଡା କଲେଜ କଲୋନୀ ଅଭ୍ୟାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କନକଲତା ଭଞ୍ଜଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାରାଣୀ ମାହାଳିଙ୍କ ଅଧ୍ୟକ୍ଷତାରେ ଓ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ ବିଶିଷ୍ଟ ଅତିଥି, ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି, ପ୍ରଫେସର ଡଃ. ଶ୍ରୀଧର କୁମାର ସାମଲ ମୁଖ୍ୟବକ୍ତା ଓ ପ୍ରାକ୍ତନ ଶିକ୍ଷା ଅଧିକାରୀ ପରିବେଶବିତ କାଶୀନାଥ ରାଉତରାୟ ଏବଂ ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭଞ୍ଜଙ୍କ ନୀତିନିଷ୍ଠ ଓ କର୍ତ୍ତବ୍ୟ ବୋଧ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ, ସମଗ୍ର ଶିକ୍ଷା ଅଭିଯାନ, ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ଓ ପି.ସି.ଟି.ଆଇ. ପକ୍ଷରୁ ମିଳିତ ଭାବରେ ଶ୍ରୀମତୀ ଭଞ୍ଜଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବିଜୟ କୁମାର ସାମଲ, ସୁବାଷ ଚନ୍ଦ୍ର ବିଶ୍ୱାଳ, ବଳଦେବ ପ୍ରସାଦ ଜେନା, ଅଶୋକ କୁମାର ସାହୁ, ବନଲତା ଚୈାଧୁରୀ, ନିରୂପମା ସାହୁ, ସଶ୍ମିତା ପ୍ରଧାନ, ବିନୋଦ ବିହାରୀ ସାହୁ, ଚନ୍ଦନ ସ୍ୱାଇଁ, ସୁଶାନ୍ତ ନାୟକ, ପ୍ରମୋଦ କୁମାର ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ସୁରେଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଶ୍ରୀମତୀ ଭଞ୍ଜଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶିକ୍ଷକ ଅଶୋକ ପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସଂଗୀତ ଶିଳ୍ପୀ ନିରୂପମା ଜେନା ପ୍ରାରମ୍ଭିକ ସଂଗୀତ ଗାନ ଓ ଶିକ୍ଷୟିତ୍ରୀ ଭାରତୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ