ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକା ଦେଇ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକା ଦେଇ ଙ୍କର୍ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଉକ୍ତ ବିଦ୍ୟାଳୟ ପରିସର ରେ ଆଜି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ କଳାପଥର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ନନ୍ଦ ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ଅରବିନ୍ଦ୍ ସାହୁ ଅତିଥି ପରିଚୟ ଓ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିଲେ ଲ ମୁଖ୍ୟ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରୂକ ନାୟକ ଯୋଗ ଦେଇ ରାଷ୍ଟ୍ର ର ଗଠନରେ ଶିକ୍ଷକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ l ମୁଖ୍ୟ ବକ୍ତା ଭାବେ ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ ମିଶ୍ର ଯୋଗ ଦେଇ ପୂଜ୍ୟ ପୂଜା ଓ ଶିକ୍ଷକ ଏକତା ଉପରେ ଜୋର୍ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସାମାଜ ସେବୀ ମିର୍ଜା ସର୍ଦାର ଅଲ୍ଲୀ ବେଗ ଓ ବାଙ୍କୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଲରାମ ମୁଦୁଲି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ୍ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଆର୍ତ୍ତବନ୍ଧୁ ପ୍ରଧାନ, ଧନେଶ୍ଵର ସାହୁ ସୌରୀ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ସୁଶାନ୍ତ ବେହେରା, ଚିତ୍ତ ରଞ୍ଜନ ମହାପାତ୍ର, ପଦ୍ମନାଭ ସାହୁ ନିବାସ ବେହେରା ବିପିନ ବେହେରା ବିଜୟ ଲକ୍ଷ୍ମୀ ସାହୁ ମୀନର୍ଭା ମଞ୍ଜରୀ ସାହୁ ସବିତା ମହାପାତ୍ର ରାଜ କିଶୋର ସାହୁ ଓ ଏସଏମ ସି ସଭାପତି ବିଜୟ କୁମାର ସାହୁ ବିଦାୟୀ ଶିକ୍ଷୟିତ୍ରୀ ଙ୍କ କର୍ମ କୁଶଳତା ନିଷ୍ଠାପର ତା ସାମାଜିକ ଜୀବନ୍ ଶୈଳୀ ଅତି ମାନବିକ ବୋଲି କହିଥିଲେ l ଶିକ୍ଷୟିତ୍ରୀ ମୀନା ଦେବତା ମାନପତ୍ର ବିବରଣୀ ପଠନ ଓ ସଞ୍ଜୁବାଲା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦାୟୀ ଶିକ୍ଷୟିତ୍ରୀ ଙ୍କୁ ଅତିଥି ମାନେ ମାନପତ୍ର ଉତ୍ତରୀୟ ଅପ୍ ଢୌକନ ଦେଇ ସମର୍ଦ୍ଧିତ କରିଥିଲେ l