ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ଯୋଜନାର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ପଞ୍ଚାୟତ ନିର୍ବାଚନ ପୁର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଏକ ମାଷ୍ଟ୍ର ଷ୍ଟ୍ରୋକରେ ବିରୋଧୀଚିତ୍ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ ଯୋଜନା ଶୁଭାରମ୍ଭ କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୋହନା ବ୍ଲକ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଥିଲେ । ସାଂସଦଙ୍କ ସମେତ ବ୍ଲକ ଅଧକ୍ଷା ଶୁଖି ଶବର, ବିଡ଼ିଓ ସୁଶ୍ରୀ ତପସ୍ୱିନୀ ହଂସଦା, ସହକାରୀ ଯନ୍ତ୍ରୀ ଇ. ଜଗବନ୍ଧୁ ଆଚାର୍ଯ୍ୟ, ଙ୍କ ସମେତ ଆବାସ ଯୋଜନା ରେ ଉପକୃତ ହୋଇ ଆର୍ଥିକ ସାହାଯ୍ୟ ପାଇଥିବା ହିତାଧିକାରୀ ଏହି ଉଦଘାଟନୀ ଉଛବରେ ଉପସ୍ଥିତ ଥିଲେ । ଏହା ପରେ ସାଂସଦ ମୋହନା ପଞ୍ଚାୟତ ର ଜଗନ୍ନାଥ ମନ୍ଦିର ସାହିରେ ଥିବା ହିତାଧିକାରୀ ଙ୍କ ସହ ଏହି ଯୋଜନା ସମ୍ପର୍କରେ ଆଲୋଚନା କରି ଘର ମରାମତି କରିବା ପାଇଁ ବୁଝାଇଥିଲେ । ଏହାପରେ ସାଂସଦ ଶ୍ରୀ ସାହୁ ଚାନ୍ଦିପୁଟ ପଞ୍ଚାୟତ ସହ ଚନ୍ଦ୍ରଗିରି ପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ବୁଝାଇଥିଲେ । ସାଂସଦ ଙ୍କ ସହ ବ୍ଲକ ଅଧକ୍ଷା, ବିଡ଼ିଓ, ପର୍ଯ୍ୟବେକ୍ଷକ ଏମ. ଜଗଦୀଶ ରାଓ, ସହକାରୀ ଯନ୍ତ୍ରୀ ଇ. ଆଚାର୍ଯ୍ୟ, ବିଜେଡି ମହିଳା, ଯୁବ, ଛାତ୍ର ନେତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ