ପ୍ରଧ୍ୟାପକ ମଦନ ସୁନ୍ଦର ପଣ୍ଡାଙ୍କ ଅକାଳ ବିୟୋଗ, ହାଟଡିହି କଲେଜରେ ଭାବପୁର୍ଣ୍ଣ ଶ୍ରଦ୍ଧାଞ୍ଜଳୀ
ହାଟଡିହି, : ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ବାଣିଜ୍ୟ ବିଭାଗର ପ୍ରଧ୍ୟାପକ ମଦନ ସୁନ୍ଦର ପଣ୍ଡାଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ବର୍ଷ ଧରି ହାଟଡିହି କଲେଜରେ ଶିକ୍ଷାଦାନ କରିଆସୁଥିଲେ । ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ । ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଉଦାରଚିତ ବ୍ୟକ୍ତିତ୍ୱ, ପରୋପକାରୀ, ଛାତ୍ରବତ୍ସଳ ବ୍ୟକ୍ତି ଭାବେ ପରିଚିତ ଥାଇ ଛାତ୍ରଛାତ୍ରୀଙ୍କର ପ୍ରୀୟପାତ୍ର ହୋଇପାରିଥିଲେ । ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ସମଗ୍ର ହାଯଡିହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ପ୍ରଧାପକ ରୀତା ଦାସ, ଜୀମୁତ ବରୁଣ ଦାଶ, ଚିତ୍ତ ରଞ୍ଜନ ରାଉତ, ଅଧ୍ୟାପକ ବିଜୟ କୁମାର ନାୟକ, ରବିନ୍ଦ୍ର ବିଶ୍ୱାଳ, ରବିନ୍ଦ୍ର ନାଥ ଜେନା, ପ୍ରଣୟ କୁମାର ନାୟକ, ବୃନ୍ଦାବନ ଓଝା, ଚକ୍ରଧର ଦାସ, ଜଳଧର ଦାସ, ସନାତନ ଖୁଣ୍ଟିଆ, ପୁର୍ଣ୍ଣଚନ୍ଦ୍ର ବେହେରା, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ଗୌରାଙ୍ଗ ନାୟକ, ହେମନ୍ତ କୁମାର ସାହୁ, ମିନତୀ ବେହୁରିଆ, ଗଙ୍ଗାଧର ପରିଡା, କର୍ମଚାରୀ ଅନନ୍ତ ବେହେରା, ଜିତେନ୍ଦ୍ର ବିଶ୍ୱାଳ, ସତ୍ୟାନନ୍ଦ ନାୟକ, ରଘୁନାଥ ରାଉତ, ରଘୁନାଥ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିବାସହିତ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ‘ମଦନ ସାର ଅମର ରହେ’ ଧ୍ୱନୀ ଦେଇଥିଲେ । ପରେ ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ର ନେତାମାନେ ପ୍ରଧାପକଙ୍କ ଭଦ୍ରକ ସନ୍ନିକଟ କନ୍ତିଆସ୍ଥିତ ବାସଭବନରେ ପହଞ୍ଚି ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।