ପ୍ରଫେସରଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ନିନ୍ଦା

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍ ରେ ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ସେମିନାର କାର୍ଯ୍ୟକ୍ରମରେ କିଛି ଅଣ ଛାତ୍ର ଏବଂ ଏବିଭିପି ସଦସ୍ୟ ଗଣ୍ଡଗୋଳ କରିବା ସହ ଜଣେ ପ୍ରଫେସରଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ନିନ୍ଦା କରାଯାଇଛି।ଏହା ଶୈକ୍ଷିକ ବାତାବରଣକୁ ନଷ୍ଟ କରିବା ସହିତ ଛାତ୍ର ସମାଜକୁ ଆଘାତ ଦେଇଛି । ଏହାର ପ୍ରତିବାଦରେ ଆଜି ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ଦୋଷୀ ବିରୁଦ୍ଧରେ ଆଇନ ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଛାତ୍ର ସଭାପତି ଅଜିତ କୁମାର ସାହୁ , ଜିତେନ୍ଦ୍ର ବେହେରା, ଲଲବହାଦୂର୍ ନାଏକ, କାମାକ୍ଷା ପ୍ରସାଦ ସିଂ ଦେଓ,ଛାତ୍ର ନେତା ଜ୍ୟୋତି ବେହେରା,ରୁଦ୍ର ମଣ୍ଡଳ, ହଂଶରାଜ୍ ବେହେରା, ରୋମଞ୍ଚଳ ମେହେର, ଯଶୋବନ୍ତ ସାହୁ, ହିତେଶ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ