ପ୍ରଫେସର ଶଶି କୁମାର ଚିତ୍ରେଙ୍କ ଦେହାନ୍ତରେ ପ୍ରଧାନ ମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ପ୍ରଫେସର ଶଶି କୁମାର ଚିତ୍ରେଙ୍କ ଦେହାନ୍ତ ରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,“ପ୍ରଫେସର ଶଶି କୁମାର ଚିତ୍ରେଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଜ୍ୟୋତି ର୍ବିଜ୍ଞାନ ତଥା ସୌର ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କର ମୂଲ୍ୟବାନ କାର୍ଯ୍ୟ ଗୁଡିକ ଆଗାମୀ ଦିନ ମାନଙ୍କ ରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ। ଓମଶାନ୍ତି” ।


