ପ୍ରବଳ ଝଡ଼ ତୋଫାନ ସହ ବର୍ଷା :ଯାତାୟାତ ମୁଖ୍ୟ ରାସ୍ତା ବନ୍ଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଲିଙ୍ଗାଗଡ଼ ତଥା ଏହାର ଆଖ ପାଖ ଗ୍ରାମରେ ରବିବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ହେବା ଫଳରେ ମୁଖ୍ୟ ରାସ୍ତା ଉପରେ ଗଛ ପଡ଼ିଥିବାରୁ ବାଲିଗୁଡା ଠାରୁ ବ୍ରହ୍ମପୁର ଭାୟା ଜି.ଉଦୟଗିରିକୁ ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି କ୍ଷ ଯାହାଦ୍ୱାରା କି, ବାଲିଗୁଡା ଠାରୁ କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି କୁ ଯାତାୟାତ ରାସ୍ତା ବନ୍ଦ ଅଛି କ୍ଷ ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ସିଆରପିଏଫ ଗାଡ଼ି, ଆମ୍ବୁଲାନ୍ସ, ଓ ପୋଲିସ ଗାଡି ତଥା ଜରୁରୀ କାଳୀନ ସାମଗ୍ରୀ ଯାନବାହାନ ଅଟକି ରହି ଯାତାୟାତରେ ବାଧା ପ୍ରାପ୍ତ ହୋଇଛି କ୍ଷ ବର୍ଷାରେ ଗଛ ପଡ଼ିବା ସହ ଗ୍ରାମର ବିଭିନ୍ନ ଜାଗାରେ ଘରର ଟିଣ ଛପର ଉଡ଼େଇ ନେଇଥିବା ଖବର ମଧ୍ୟ ହସ୍ତଗତ ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ