ପ୍ରବଳ ପରିଶ୍ରମ ପଡ଼ୁଛି  ହେଲେ ସଠିକ୍ ପ୍ରାପ୍ୟ ପାଉନାହାଁନ୍ତି ଶାଳପତ୍ର ତୋଳାଳି

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ଗରିବ ଆଦିବାସୀଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କେତେକ ଯୋଜନାରୁ ଗରୀବ ଉପକୃତ ହେଉଥିବା ବେଳେ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ସମୟରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ମୟୁରଭଞ୍ଜ ଜିଲ୍ଲା ର ଆଦିବାସୀ ଲୋକେ । ଜଙ୍ଗଲ ପାହାଡିଆ ଅଞ୍ଚଳ ନିକଟ ଜଙ୍ଗଲ ରୁ ଶାଳ ପତ୍ର ତୋଳି ପରିବାର ଚଳାଇ ଆସୁଛନ୍ତି ପାଞ୍ଚପିଢ଼ ଉପଖଣ୍ଡ ର କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା ବ୍ଲକ ର ଜଙ୍ଗଲ ନିକଟବର୍ତ୍ତୀ ଆଦିବାସୀ ଲୋକେ , ହେଲେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହିଁ । ପାଞ୍ଚପିଢ଼ ଉପଖଣ୍ଡ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ନିକଟରେ ଶାଳ ଜଙ୍ଗଲ ରହିଛି । ଏଅଞ୍ଚଳ ର ଲୋକମାନେ ମୁଖ୍ୟତଃ ଜଙ୍ଗଲରୁ ପତ୍ର ତୋଳି ଜୀବିକା ନିର୍ବାହ କରୁଛନ୍ତି । ପୂର୍ବରୁ ଗାଁ ନିକଟରେ ପର୍ଯ୍ୟାପ୍ତ ପତ୍ର ମିଳିପାରୁଥିଲା କିନ୍ତୁ କାଠ ମାଫିଆ ଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ କାଟ ଯୋଗୁ ପ୍ରତ୍ୟେକ ଦିନ ଏହି ଅଞ୍ଚଳ ର ଗାଁର ମହିଳା, ପୁରୁଷ ମାନେ ଦୀର୍ଘ ପାଞ୍ଚ ରୁ ଦଶ କିଲୋମିଟର ପାଦରେ ଚାଲି ଚାଲି ପତ୍ର ସଂଗ୍ରହ କରିଥାନ୍ତି । ଆଉ ସେହି ପତ୍ରକୁ ବଜାରରେ ବିକି ଯାହା କିଛି ରୋଜଗାର କରିଥାନ୍ତି, ସେଥିରେ ପରିବାର ଚଳାଇଥାନ୍ତି। ବିଭିନ୍ନ ବନ୍ୟଜନ୍ତୁ, ସରୀସୃପ ଙ୍କ ଭୟ କୁ ଖାତିର ନକରି ଏମାନେ ଶାଳ ପତ୍ର ସଂଗ୍ରହ କରି ନିଜ ଜୀବିକା ନିର୍ବାହ କରନ୍ତି କିନ୍ତୁ ଏବେ ବଜାରରେ ପ୍ଲାଷ୍ଟିକର ଖଲି ଚଉତି ର ଚାହିଦା ବଢିଯାଇଥିବାରୁ ଖଲି ପତ୍ରର ଚାହିଦା କମି ଯାଇଛି।ଜଙ୍ଗଲ ନିକଟ ଗାଁରେ ବସବାସ କରୁଥିବା ଗରିବ ଆଦିବାସୀଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ ଖଲିପତ୍ର ହୋଇଥିବା ବେଳେ ଶହେରୁ ଅଧିକ ପରିବାର ଘରେ ଖଲିପତ୍ର ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।ଉପଯୁକ୍ତ ବଜାର ର ଅଭାବ ପାଇଁ ଏବଂ ଏବେ ଚାହିଦା କମି କମି ଯାଉଥିବାରୁ ଖଲିପତ୍ରକୁ ଉଚିତ ମୂଲ୍ୟ ମିଳୁ ନାହିଁ । ଶାଳପତ୍ର ତୋଳାଳୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ଦେଖାଯାଉ ଶାଳପତ୍ର ତୋଳାଳୀଙ୍କ ଦୁଃଖ କେବେ ବୁଝୁଛନ୍ତି ସରକାର ତାକୁ ହିଁ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ