ପ୍ରବଳ ବର୍ଷାରେ ମାଟି ଧସି ୩ ମୃତ

କେରଳ ,( ଯୁଗାବ୍ଦ ନ୍ୟୁଜ୍) : ପ୍ରବଳ ବର୍ଷ ପ୍ରଭାବରେ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବନ୍ୟା ଓ ଭୂସ୍ପଳନ ଦ୍ୱାରା ଲକ୍ଷ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ।ମାଲ୍ଲାପୁରମ ଜିଲ୍ଲାରେ ପ୍ୱବଳ ବର୍ଷା ଯୋଗୁଁ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତ ସଦସ୍ୟ ମୃତ ବରଣ କରିଛନ୍ତି । ଏହି ପରିବାରର ଜଣେ ୨୨ ବର୍ଷିର‌୍ୟ ମହିଳା ଗୀତା ଓ ତାଙ୍କର ଦେଢ ବର୍ଷର ଶିଶୁ ପୁତ୍ର ଓ ଗୀତାଙ୍କ ଶାଶୁ ମଧ୍ୟ ମୃତ୍ୟୁ ବରଣ କରିଛନ୍ତିି । ତାଙ୍କ ସ୍ୱାମୀ ଶରତ ଏଥିରୁ ରକ୍ଷା ପାଇଯାଇଛନ୍ତି । ଭୂସ୍ପଳନ ଘଟଣା ପରେ ମାଟି ଅତଡା ବାହାର କରି ଉଦ୍ଧାର କରିବା ସମୟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କୁହାଯାଏ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା କୋଳ । ଗୀତା ଭୂସ୍ପଳନ ସମୟରେ ତାଙ୍କ ଦେଢ ବର୍ଷର ପୁଅକୁ ରକ୍ଷା କରିବା ନିମନ୍ତେ ମାଁ ନିଜ ସନ୍ତାନକୁ କୋଳରେ ଧରି ରକ୍ଷା କରିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରାକୃତିକ ଦୂର୍ଘଟଣାର ହାର ମାନିଛି ମା । ଘଟଣା ସ୍ଥଳରେ ଏନଡିଆରଏଫ୍ ଓ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ