ପ୍ରବଳ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲାରେ ଗତ ୫ ଦିନ ହେବ ଲଗାଣ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବାରୁ ଶହେରୁ ଉଦ୍ଦ୍ୱର୍ ଲୋକ ବ୍ଳକର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଜଣାପଡିଛି । ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ରାସ୍ତା ବିନ୍ଧାଣି ତେରେସିଙ୍ଗ ପ୍ରମୁଖ ସ୍ଥାନରେ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ବିଦ୍ୟୁତ୍ ସରବରାହ ଦୀର୍ଘ ୫ ଦିନ ହେଲା ବନ୍ଦ ରହିଛି । ଏହି ବ୍ଳକରେ ସର୍ବମୋଟ ୬୦୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି । ବ୍ଲକର କିଛି ଗ୍ରାମେରେ ଘରର କାନ୍ଥ ଭୁଷୁଡି ପଡିଥିବାର ଦେଖିବାକୁ ମିଳିଛି । ଜଳ ପ୍ରଭାବରେ ବ୍ଲକ ଠାରୁ ବିଭିନ୍ନ ଅଂଚଳରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟା ଯୋଗଁ ଚାଷ ଜମିରେ ପାଣି ଜମି ରହିଥିବାରୁ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି । କଣ୍ଡରେଇରେ ୧୦ ଟି ଘର ଭୁଷୁଡିବାରୁ ୪୦ ରୁ ଉର୍ଦ୍ଧ ଲୋକ ଗାଁ ବିଦ୍ୟ ।ଳୟରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।