ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ
ନୟାଗଡ-ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି।ଫଳରେ ଜିଲ୍ଲାର ଗଣିଆ ବ୍ଲକର ଦୁଇଟି ପଞ୍ଚାୟତ ବନ୍ୟାପାଣି ଘେରରେ ରହିଥିବାରୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।ମହାନଦୀରେ ବନ୍ୟାଜଳ ଆସିବାରୁ ବଡସିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତ ଜଳବନ୍ଦୀ ପାଲଟିଯାଇଛି।ସେହିପରି ଗଣିଆ ରୁ ଛାମୁଣ୍ଡିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାପାଣି ବହିବାରୁ ଗଣିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ରାସଙ୍ଗ,କାଦୁଆ,ଛାଡମୁଳ,ବଡମୁଳ,ଛାମୁଣ୍ଡିଆ,ରାଜିଙ୍ଗି,ମହୁକଣ,ବେଠିଆସାହି ଭଳି ପ୍ରାୟ ୮ଖଣ୍ଡ ଗାଁ ଜଳବନ୍ଦୀ ଥିବା ଜଣାପଡିଛି।ନହାନଦୀରେ ବନ୍ୟା ଜଳ ବଢିବାର ଆଶଙ୍କା ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି ।