ପ୍ରବଳ ଶୀତ ଲହରୀ ପ୍ରବାହିତ
ନିମାପଡ଼ା, (ସନ୍ତୋଷ ଦାଶ):ଗତ ୩/୪ ଦିନ ହେବ ପୁରୀ ଜିଲ୍ଲାର ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଛି। ଫଳରେ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସଂଧ୍ୟା ହେଲେ ଉତ୍ତରା ପବନ ପ୍ରବାହିତ ହେଉଛି। ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବସୁଥିବା ଦେଖା ଯାଉଛି। ଦିନ ମଜୁରିଆ ମାନେ ଶୀତ ଲହରୀ ପ୍ରବାହିତ କାରଣରୁ କେଉଁ ଆଡ଼େ କାର୍ଯ୍ୟ କରିବାକୁ ଯାଇପାରୁ ନାହାନ୍ତି। ଶୀତ ପଡ଼ିଥିବାରୁ କାକଟପୁର ସ୍ଥିତ ମା ମଙ୍ଗଳା ଙ୍କ ମନ୍ଦିର, ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ, ଗଙ୍ଗାଦେବୀ ମୁହାଁଣ, କେଳୁଣୀ ମୁହାଁଣ ,ନୟାହାଟ ନିକଟସ୍ଥ ରାମେଶ୍ବର ପୀଠ ଓ କୁତ୍ତାମଚଣ୍ଡି ପୀଠ ଠାରେ ବହୁ ପରିବାର ବଣଭୋଜି କରିବାକୁ ଭିଡ଼ ଜମାଉଛନ୍ତି। ବେଳେ ବେଳେ ଘନ କୁହୁଡି ପଡୁଥିବାରୁ ଯାନବାହାନ ଚଳାଚଳ ରେ ବାଧାପ୍ରାପ୍ତ ହେଉଛି।


