ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ
କେନ୍ଦ୍ରାପଡା : ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଗୁରୁବାର ସକାଳେ ସାମୁହିକ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୂର୍ଗତ ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ଅବସରରେ ଦୟାନିଧି ମର୍ଦ୍ଦରାଜଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଅଶୋକ କୁମାର ଲେଙ୍କା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମହେନ୍ଦ୍ର ମିଶ୍ର, ସେକ ନିୟାଜ, ବିକ୍ରମ ବାରିକ, ଯୁବନେତା ସରୋଜକାନ୍ତ ସାହୁ, ଗୈାତ୍ତମ ସ୍ୱାଇଁ, ସେକ ଲିୟାକତ, ସେକ ନସରୁ ମିଡିଆ ସେଲ ସଂଯୋଜକ ଦେବଦାସ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ସାବିର ଖାନ, ଗୀତା ସେଠୀ, ମନୋରଞ୍ଜନ ସାହୁ, ସେକ ଚନ୍ଦନ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ସୂର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।